ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ରୁଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶାର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗପତି ରୁଦ୍ର ନାରାୟଣ ସାମନ୍ତରାୟ ରବିବାର ଅପରାହ୍ନରେ ପାଖାପାଖି ୧୦ ହାଜରରୁ ଉର୍ଦ୍ଧ ସମର୍ଥକଙ୍କ ସହ ବିଜେଡିରେ ଯୋଗଦାନ ଦେଇଥିଲେ । ରୁଦ୍ର ବିଜେଡିରେ ମିଶିବା ପରେ ଏବେ ଭୁବନେଶ୍ବର ମଧ୍ୟମ ରାଜନୀତି ସରଗରମ ହୋଇଛି । ସାହି, ଗଳି, ବସ୍ତି ଏବଂ କଲୋନୀରେ ବୁଲି ବୁଲି ଲୋକଙ୍କୁ ଧନ୍ୟବାଦ ଜଣାଉଛନ୍ତି ରୁଦ୍ର । ତାଙ୍କୁ ଲୋକେ ସାହାଯ୍ୟ, ସହଯୋଗ ଏବଂ ସମର୍ଥନ କରିଥିବାରୁ କୃତଜ୍ଞତା ଜଣାଉଛନ୍ତି ରୁଦ୍ର । ଅପରପକ୍ଷରେ ରୁଦ୍ରଙ୍କୁ ଭରପୁର ଜନ ସମର୍ଥନ ମିଳୁଛି । ପ୍ରତ୍ୟେକ ସ୍ଥାନରେ ତାଙ୍କୁ ଲୋକେ ଭରପୁର ସ୍ବାଗତ କରୁଛନ୍ତି । ସମସ୍ତଙ୍କ ଆଶୀର୍ବାଦ ଲୋଡୁଛନ୍ତି ରୁଦ୍ର ସାମନ୍ତରାୟ । ଆଗକୁ ଏମିତି ନିରବଚ୍ଛିନ୍ନ ଭାବେ ଜନ ସେବା କରିବେ ବୋଲି କହିଛନ୍ତି ରୁଦ୍ର । କୁହାଯାଉଛି କି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ଭାବେ ପ୍ରବଳ ଦାବିଦାର ଅଛନ୍ତି ରୁଦ୍ର ସାମନ୍ତରାୟ ।

Leave A Reply

Your email address will not be published.