ରୁଷୁକୁଲ୍ୟା ନଦୀ ବୃହତ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ । ଆଜି ଶ୍ରୀ ଦାସବର୍ମା ଗଞ୍ଜାମ ଗ୍ରସ୍ତ କରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ରୁଷୁକୁଲ୍ୟା ନଦୀ ଅବବାହିକାର ମଲାଡ ପଞ୍ଚାୟତରେ ନିର୍ମାଣ ଧୀନ (ଇନ୍ଟେକ୍ ଓଏଲ୍) ବୃହତ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ କୃଷ୍ଣ ପ୍ରସାଦ ବ୍ଲକର ୯୨ ଗୋଟି ଗ୍ରାମ ଓ ଗଞ୍ଜାମ ବ୍ଲକର ୫୩ ଗୋଟି ଗ୍ରାମକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ ।

Leave A Reply

Your email address will not be published.