ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ପୁଟିନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶାରୀରିକ ଅସୁସ୍ଥତା କାରଣରୁ ରାଷ୍ଟ୍ରପତି ପଦ ଛାଡ଼ିପାରନ୍ତି ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ସେ ପାର୍କିନସନ୍ ରୋଗରେ ପୀଡ଼ିତ ଥିବାରୁ ଜାନୁଆରୀରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ପୁଟିନଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଅଲିନା କାବାଇଭା ଓ ତାଙ୍କର ଦୁଇଟି ଝିଅ ତାଙ୍କୁ ଅବସର ନେବାକୁ ବାଧ୍ୟ କରୁଛନ୍ତି।

ଏନେଇ ମୋସ୍କୋର ରାଜନୈତିକ ବିଶେଷଜ୍ଞ ଭାଲେରୀ ସୋଲୋଭେଇ ନ୍ୟୁୟୋର୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି ପୁଟିନ ପାର୍କିନସନ୍ସ ରୋଗରେ ପୀଡ଼ିତ ଥାଇପାରନ୍ତି। ନିକଟରେ ତାଙ୍କଠାରେ ରୋଗର ଲକ୍ଷଣ ମଧ୍ୟ ଦେଖାଯାଇଥିଲା । ତେଣୁ ସେ ଶୁବ ଶୀଘ୍ର ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିପାରନ୍ତି।

Leave A Reply

Your email address will not be published.