ଜନ୍ମ ମାଟିରେ ଲୀନ ହେଲା ଶହୀଦ ଅଜିତ୍‌ ସାହୁଙ୍କ ପ୍ରାର୍ଥୀବ ଶରୀର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନ୍ମ ମାଟିରେ ଲୀନ ହେଲେ ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେସନରେ ଶହୀଦ ହୋଇଥିବା ବୀର ଜବାନ ଅଜିତ ସହୁଙ୍କ ମରଶରୀର । ଭୁବନେଶ୍ୱରରୁ ଅଜିତଙ୍କ ମରଶରୀର ଢେଙ୍କାନାଳ ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଶହୀଦଙ୍କ ପ୍ରାର୍ଥୀବ ଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିବା ପରେ ସେଠାରେ ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ନିକଟସ୍ଥ ଗ୍ରାମର ହଜାର ହଜାର ସଂଖ୍ୟାରେ ଲୋକ ଅଜିତ୍‌ଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ଶହୀଦଙ୍କ ମରଶରୀରକୁ ପୈତୃକ ଘରକୁ ଅଣାଯିବା ପରେ ସେଠାରେ ଗାର୍ଡ ଅଫ ଅନର୍‌ ଦିଆଯାଇଥିଲା । ଏହାପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଜିତଙ୍କ ମରଶରୀର ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ ୧୨୦ ବାଟାଲିୟନ ନିଆଯାଇଥିଲା । ସେଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ପହଞ୍ଚି ଶହୀଦଙ୍କ ଶେଷଦର୍ଶନ କରିଥିଲେ । ତାଙ୍କୁ ଗାର୍ଡଅଫ୍‌ ଅନର୍‌ ପ୍ରଦାନ କରାଯିବା ପରେ ସହିଦ ଆଜିତଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯାଇଥିଲା । ଆଣିବା ବାଟରେ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ, ଗ୍ରାମର ବିଦ୍ୟାଳୟ ଆଦି ସ୍ଥାନରେ କିଛି ସମୟ ଲାଗି ଆଜିତଙ୍କ ମରଶରୀରକୁ ରଖାଯାଇଥିଲା । ଗ୍ରାମରେ ଅଜିତ୍‌ଙ୍କ ପ୍ରାର୍ଥୀବ ଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅପରାହ୍ନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.