ଜୀବନ ସଂଗ୍ରାମ ରେ ହାରିଗଲା ସାଲେପୁର ପିଡ଼ିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ୮ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଆଜି କଟକ ବଡ଼ ମେଡିକାଲ୍‌ରେ ଆଖି ବୁଜିଲେ ୬ ବର୍ଷର ସାଲେପୁର ଦୁଷ୍କର୍ମ ପୀଡ଼ିତା। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରୋମା ICUରେ ସେ ଚିକିତ୍ସାଧୀନ ଥିଲେ।

ଘଟଣା କ୍ରମେ

ଗତ ୨୧ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଚକଲେଟ୍‌ ଆଣିବା ପାଇଁ ଯାଇଥିଲେ। ତେବେ ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରିବାର ଲୋକ ନିକଟରେ ଥିବା ସ୍କୁଲବାରଣ୍ଡାରୁ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଶିଶୁଟିର ପାଟିରୁ ରକ୍ତ ବାହାରୁଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ। ମାତ୍ର ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିଲା।

ତାଙ୍କୁ କେହି ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକେ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ଅଭିଯୁକ୍ତକୁ ପୂର୍ବରୁ ପୋଲିସ ଗିରଫ କରି ସାରିଥିବା ବେଳେ ଆଜି ପିଡ଼ିତାର ମୃତ୍ୟୁ ପରେ ଅଭିଯୁକ୍ତ ଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରଜ୍ଜୁ କରାଯିବ।

Leave A Reply

Your email address will not be published.