ସାଲିଆ ସାହିରୁ ସୁଡ଼ଙ୍ଗ ଠାବ

0

ସାଲିଆ ସାହିରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ତରଫରୁ ଏହି ଚଢ଼ାଉ ହୋଇଛି । ଚଢ଼ାଉ କରାଯିବା ସମୟରେ ନିଜେ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । ଚଢ଼ାଉ ବେଳେ ସାଲିଆ ସାହିରେ ଗୋଟିଏ ସୁଡ଼ଙ୍ଗ ଠାବ କରାଯାଇଛି । ସୁଡ଼ଙ୍ଗ ଦେଇ ଭିତରକୁ ଗଲେ ଗୋଟିଏ ଦେଶୀ ମଦ ଭାଟି ଥିବା ଠାବ କରାଯାଇଛି । ଠାବ କରାଯିବାପରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ପକ୍ଷରୁ ଭାଟିକୁ ଭାଙ୍ଗିଦିଆଯାଇଛି ।

ଘଟଣାକୁ ନେଇ ଡିସିପି ପ୍ରତିକିୟା ରଖିଛନ୍ତି । ଡିସିପି କହିଛନ୍ତି, ପାର୍ବଣର ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ୍‌ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ କରାଯିବ । ପୂଜାରେ କୌଣସି ଅସୁବିଧା ନହେବା ନେଇ ଲକ୍ଷ୍ୟ ରଖାଯାଇଛି ।

ତାହା ଛଡ଼ା ଡିସିପି କହିଛନ୍ତି, ଏହି ମଦକୁ ଅପମିଶ୍ରିତ କରି ପ୍ରସ୍ତୁତ କରାଯାଉଛି । ଅପମିଶ୍ରିତ ହେବା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି । ଯେଉଁ ସବୁ ଘରେ ରେଡ୍‌ ହୋଇଛି ସେହି ସବୁ ଘରକୁ ଭଙ୍ଗାଯିବ । ଘର ଗୁଡ଼ିକୁ ଭାଙ୍ଗିବାକୁ ବିଏମସିକୁ ଲେଖିଯିବ ବୋଲି ଡିସିପି କହିଛନ୍ତି ।

SOA post below
Leave a comment