ଆଜି ଓଡିଶା ଆସୁଛନ୍ତି ସଲମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରବାଟୀ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଆଜି ଯୋଗଦେବେ ସଲମାନ ଖାନ । ପୂର୍ବରୁ ଏ ନେଇ ଶୁଣିବାକୁ ମିଳୁଥିଲେ ହେଁ ଏହା ସ୍ପଷ୍ଟ ହୋଇ ନଥିଲା । ତେବେ ଏ ନେଇ ଆଜି ସଲମାନ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସିଲଭର ସିଟି କଟକରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସେ ଯୋଗ ଦେବେ ଓ ଓଡିଶାବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ମେମୋରିବୁଲ କରିବା ପାଇଁ ସଲମାନ ଟ୍ୱିଟ ଯୋଗେ କହିଛନ୍ତି । ତେବେ ସଲମାନ ଆସିବା ନେଇ ଆଜି ସ୍ପଷ୍ଟ ହେବା ପରେ ଭାଇଜାନଙ୍କ ଫ୍ୟାନମାନେ ଉତ୍ସାହିତ ହୋଇଛନ୍ତି । ଏଥିସହ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ସଂଗୀତ ପରିବେଷଣ କରିବେ । ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ଶହ ଅଫିସର ନିୟୋଜିତ ହେବେ । ଅପରାହ୍ଣ ୨ଟା ୩୦ରୁ ଷ୍ଟାଡିୟମ୍ ଗେଟ୍‌ ଖୋଲାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ । ଦର୍ଶକମାନେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, କଏନ, ମିରର, କ୍ୟାମେରା ଆଦି ନେଇ ପାରିବେ ନାହିଁ ।

ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାହାରୁଖ ଖାନ୍‌, ମାଧୁରୀ ଦିକ୍ଷୀତ ଓ ଏ.ଆର୍‌ ରହମାନ ଯୋଗ ଦେଇଥିଲେ ।

Leave A Reply

Your email address will not be published.