ଏହି ଦିନ ରିଲିଜ ହେବ ‘ଟାଇଗର-୩’; ଟିଜର ଆଉଟ; ଦେଖନ୍ତୁ ଭିଡିଓ

0

ବଲିଉଡ୍‌ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ଏକ୍‌ ଥା ଟାଇଗର’କୁ ୧୦ ବର୍ଷ ପୂରଣ ହୋଇଛି। ଏହି ଫିଲ୍ମର ଦ୍ୱିତୀୟ ଭାଗ ବି ରିଲିଜ୍‌ ହୋଇ ସାରିଛି। ତେବେ ଫ୍ୟାନ୍‌ମାନେ ଏହାର ତୃତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସଲମାନ ଓ କ୍ୟାଟ୍ରିନାଙ୍କ ଏହି ଫିଲ୍ମ ଆଗାମୀ ବର୍ଷ ରିଲିଜ୍‌ ହେବା ନେଇ ପ୍ରଥମେ ସୂଚନା ସାମ୍ନାକୁ ଆସିଥିଲା।

ବର୍ତ୍ତମାନ ଫିଲ୍ମର ୧୦ ବର୍ଷ ପୂରଣ ଅବସରରେ ନିର୍ମାତା ଏହାର ତୃତୀୟ ଭାଗର ଟିଜର ଲଞ୍ଚ୍‌ କରିଛନ୍ତି। କହି ରଖୁଛୁ, ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର ୩’ ଆଗାମୀ ବର୍ଷ ଏପ୍ରିଲ ୨୧ରେ ସିନେମା ଘରେ ରିଲିଜ୍‌ ହେବ।

 

ସାମ୍ନାକୁ ଆସିଥିବା ଫିଲ୍ମର ଟିଜରରେ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିକା କୈଫ୍‌ ପୁଣି ଥରେ ଆକ୍ସନ ମୁଡ୍‌ରେ ନଜର ଆସିଛନ୍ତି। ଏଥି ସହିତ ଟିଜରରେ ଫିଲ୍ମର ପ୍ରଥମ ଦୁଇ ଭାଗର ଝଲକ୍‌ ମଧ୍ୟ ନଜର ଆସୁଛି। ଟିଜର ଦେଖିଲା ପରେ ଅନୁମାନ କରାଯାଉଛି କି, ଫିଲ୍ମ ଦମ୍‌ଦାର ଆକ୍ସନରେ ଭରପୂର ହେବ।

ଫିଲ୍ମର ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦେଇ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏହି ପୋଷ୍ଟରେ ଫିଲ୍ମର ଟିଜର ଏବଂ ରିଲିଜ୍‌ ଡେଟ୍‌ ଘୋଷଣା କରାଯାଇଛି। ଅଭିନେତ୍ରୀ ଏହାର କ୍ୟାପସନରେ ଲେଖିଛନ୍ତି, ଟାଇଗର ଓ ଜୋୟାର ଯାତ୍ରାକୁ ୧୦ ବର୍ଷ ପୂରଣ ହୋଇଛି ଏବଂ ଏହି ଯାତ୍ରା ଟାଇଗର ୩, ଇଦ୍‌ ୨୦୧୩ରେ ଜାରି ରହିଛି। ଏପ୍ରିଲ ୨୧ରେ ଆପଣଙ୍କ ନିକଟସ୍ଥ ସିନେମା ଘରେ ହିନ୍ଦୀ, ତାଲିମ ଓ ତେଲୁଗୁରେ ଟାଇଗର ୩ ରିଲିଜ୍‌ ହେଉଛି’।

SOA post below
Leave a comment