‘ନୋ ଏଣ୍ଟ୍ରି’ର ସିକ୍ୱେଲ ହେବ କି ନାହିଁ, ସ୍ପଷ୍ଟ କଲେ ସଲମାନ

0

ବଲିଉଡର ଦବଙ୍ଗ ଷ୍ଟାର ଦୀର୍ଘ ପ୍ରାୟ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫରଦ୍ଦିନ ଖାନଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ୩ ଷ୍ଟାରଙ୍କୁ ଫିଲ୍ମ ‘ନୋ ଏଣ୍ଟ୍ରି’ରେ ଦେଖିବାକୁ ମିଳିଥିଲା । ତେବେ ପୁଣିଥରେ ଏମାନଙ୍କୁ ଏହି ଫିଲ୍ମର ସିକ୍ୱେଲରେ ଦେଖିବାକୁ ମିଳିବ । ଯାହାର ଖୁଲାସା ନିଜେ କରିଛନ୍ତି ସଲମାନ । ସେ କହିଛନ୍ତି ଯେ ପୁଣିଥରେ ଏହି ଯୁଗଳବନ୍ଦୀ ବଡ ପରଦାକୁ ଫେରୁଛନ୍ତି । ତେବେ ଜାଣିରଖନ୍ତୁ ୨୦୦୫ ମସିହାରେ ଫିଲ୍ମ ‘ନୋ ଏଣ୍ଟ୍ରି’ ବ୍ଲକବଷ୍ଟର ଥିଲା | ସମ୍ପ୍ରତି ସଲମାନ ଏହାର ସିକ୍ୱେଲ ଘୋଷଣା କରି ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛନ୍ତି।

ନିକଟରେ କିଚା ସୁଦୀପ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଅଭିନୀତ ‘ବିକ୍ରାନ୍ତ ରୋନା’ର ଇଭେଣ୍ଟରେ ସଲମାନ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ଖୁବ୍ ଶୀଘ୍ର’ ନୋ ଏଣ୍ଟ୍ରି-୨ ‘ପାଇଁ ସୁଟିଂ ଆରମ୍ଭ କରିବେ। ସଲମାନ ନିର୍ଦ୍ଦେଶକ ଆନିସ୍ ବାଜମୀଙ୍କୁ ସୂଚାଇ କହିଛନ୍ତି, ‘ଏଠାରେ ଏଭଳି ନିର୍ଦ୍ଦେଶକମାନେ ଅଛନ୍ତି, ଯେଉଁମାନେ ୧୦୦-୧୦୦ କୋଟିର ହିଟ୍ ଦେଉଛନ୍ତି, ଯେଉଁଥିରେ ମଧ୍ୟ କମେଡି ରହିଛି। ଆଗାମୀ ଦିନରେ ନୋ ଏଣ୍ଟ୍ରି ୩୦୦ କୋଟି ମଧ୍ୟ ଦେବ |

SOA post below
Leave a comment