କରୋନା ଲକ୍ଷଣ : ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଲକ୍ଷଣ ଦେଖାଦେବାରୁ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି   ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ।  ଦିଲ୍ଲୀ  ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସଂଧ୍ୟାରୁ ହସ୍ପିଟାଲ୍ ଆଇସିୟୁ ରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଆଜି ତାଙ୍କର ବ୍ଲଡ୍ ଏବଂ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିଲା ପରେ ଯାଇ ସେ କରୋନାରେ ସଂକ୍ରମିତ କି ନା ସ୍ପଷ୍ଟ ହେବ ।

ଦୁଇଦିନ ତଳେ ସମ୍ବିତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କଠାରେ କରୋନା ଲକ୍ଷଣ ଅନୁଭବ କରିଥିଲେ । ଗତକାଲି ସଂଧ୍ୟାରେ ସେ ମେଦାନ୍ତ ହସ୍ପିଟାଲ୍ ଯାଇ ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ଚିକିତ୍ସା ତୁରନ୍ତ ଆରମ୍ଭ କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସମ୍ବିତ ପାତ୍ରଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ଭେଟିବା ପାଇଁ କିଛି ଦିନ ତଳେ ଦୁଇଜଣ ବ୍ୟକ୍ତି ଆସିଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ତାଙ୍କଠାରୁ ସେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଏହି ଖବରର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.