ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍ ଉପରକୁ ଆଜି ଆକ୍ରମଣ ହୋଇଛି। ଏଥିରେ କାର୍ର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଦଳର ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ସମ୍ବିତ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
https://twitter.com/sambitswaraj/status/1336933865877889024?s=19
ସମ୍ବିତ ଟ୍ୱିଟ୍ କରି ଲେଖିଛନ୍ତି, ବେଙ୍ଗଲରେ ଆମ କାର୍କୁ ଆକ୍ରମଣ ହୋଇଥିଲା। ଝରକା କାଚ ଭାଙ୍ଗି ଯାଇଛି। ଏଥିରେ ଶିବପ୍ରକାଶ, ସଞ୍ଜୟ ମୟୁଖ ଓ ମୁଁ ଯାଉଥିଲୁ। ଆମ କାର୍ରେ ଥିବା ଜଣେ କାର୍ଯ୍ୟକର୍ତ୍ତା ରକ୍ତାକ୍ତ ହୋଇଛନ୍ତି। ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ।
