ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷାକେନ୍ଦ୍ର ବୁଲିଲେ ଶିକ୍ଷାମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ସୋମବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରିଛନ୍ତି । ମାଟ୍ରିକ ପରୀକ୍ଷା ଶେଷ ହୋଇଥିବାରୁ ସେ ଛାତ୍ରଛାତ୍ରୀଙ୍କ ଉତ୍ତମ ପରୀକ୍ଷା ଫଳପାଇଁ କାମନା କରିବା ସହ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ଉତ୍ତମ ପରୀକ୍ଷା ପରିଚାଳନାର ପ୍ରଶଂସା କରଥିଲେ ।

ସେହିପରି ପରୀକ୍ଷା ଫଳ ପ୍ରକାଶିତ ହେବା ପରେ +୨ ରେ ନାମ ଲେଖା ସହ ସଠିକ ପାଠ୍ୟ ବିଷୟ ଚୟନ ପାଇଁ ସେ ଗୁରୁଜନଙ୍କ ପରାମର୍ଶ ତଥା ନିଜର ସକ୍ଷମ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଏହାସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସମୟରେ କିଛି ସ୍ଥାନରେ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅନ୍ୟ ସମସ୍ତ ସ୍ଥାନରେ ଶୃଙ୍ଖଳିତ ଭାବେ ହୋଇଥିବାରୁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଓ କେନ୍ଦ୍ରର ଥିବା ଶିକ୍ଷକଙ୍କୁ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.