ଭାରତବର୍ଷରେ ସାମ୍ୟବାଦୀ ଆନ୍ଦୋଳନର ଶତବାର୍ଷିକୀ ପାଳିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତବର୍ଷରେ କମ୍ୟୁନିଷ୍ଟ ଆନ୍ଦୋଳନର ଶତବାର୍ଷିକୀ ଉତ୍ସବ ଆଜି ଭୁବନେଶ୍ୱର ଜୟଦେବ ବିହାର ସିପିଏମ କାର୍ଯ୍ୟାଳୟରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସାଥୀ ସୁରେଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ମନୋରଞ୍ଜନ ସାହୁ,ପରମାନନ୍ଦ ବେହେରା,ଅର୍ଚ୍ଚନା ନାୟକ,ସନ୍ତୋଷ ବେହେରା,ସୌମ୍ୟା ପଣ୍ଡା,ମହେଶ୍ୱର ବେହେରା,ଶୁଶୀଲ ମାରାଣ୍ଡି,ଵିଷ୍ଣୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଭାରତରେ ଦୀର୍ଘ ୧୦୦ ବର୍ଷଧରି ସାମ୍ୟବାଦୀ ଆନ୍ଦୋଳନ, ସଙ୍ଘର୍ଷ ମାଧ୍ୟମରେ କୃଷକ,ଶ୍ରମିକ,ଖଟିଖିଆ ମେହେନତି ମଣିଷ, ସର୍ବହରା ଲୋକଙ୍କ ଅଧିକାର ପାଇଁ ବହୁ ଉଚ୍ଚଶିକ୍ଷିତ ଯୁବକ ଉଚ୍ଚବେତନର ପଦବୀ ତ୍ୟାଗକରି ଆନ୍ଦୋଳନରେ ସାମିଲ ହୋଇ ଜେଲଦଣ୍ଡ ଭୋଗିବା ସହ ଅକଥନୀୟ ନିର୍ଯାତନା ସହି ମଧ୍ୟ ସାମ୍ୟବାଦୀ ଚିନ୍ତାଧାରାର ପ୍ରଚାର ପ୍ରସାର ପାଇଁ ନିରବଛିନ୍ନଭାବେ କାର୍ଯ୍ୟକରି ଚାଲିଛନ୍ତି ସେହି ସଂଘର୍ଷରେ ଯୁବ ଓ ଛାତ୍ର ସମାଜ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।

Sikhsya
Barta

Leave A Reply

Your email address will not be published.