ସାନଛତା ମଠର ଭଙ୍ଗା କାର୍ଯ୍ୟ ଜାରି

0

ଆଜି ମଧ୍ୟ  ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ସାନଛତା ମଠର ଭଙ୍ଗା କାର୍ଯ୍ୟ ଜାରି ରହିଥିବା ବେଳେ ସ୍ୱର୍ଗଦ୍ୱାର ନବକଳେବର ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି ।

ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ତତୁଃପାର୍ଶରୁ 75 ମିଟର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । କିଛି ଦିନର ସାମୟିକ ବନ୍ଦ ପରେ ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ ହୋଇ ବଡ଼ଦାଣ୍ଡ ପଟୁ ଉଚ୍ଛେଦ ଆରମ୍ଭ କରାଯାଇଛି । ତେବେ ମଙ୍ଗୁ ମଠର ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କାର୍ଯ୍ୟ ସରିବା ପରେ ସାନଛତା ମଠ ଉଚ୍ଛେଦ ଦ୍ୱିତୀୟ ଦିନରେ ପହଂଚିଛି । ଜାରି ରହିଛି ।  ଏହି ଉଚ୍ଛେଦ କାର୍ଯ୍ୟ ପାଇଁ ସିଂହଦ୍ୱାରରୁ ଦୋଳମଣ୍ଡପ ସାହି ଯାଏ ରାସ୍ତା ସିଲ୍ କରାଯାଇଛି ।

ସ୍ୱର୍ଗଦ୍ୱାରର ନବକଳେବର ହେବ ତେଣୁ ସେଠାରେ ମଧ୍‌ୟ କିଛି ସ୍ଥାନ ଉଚ୍ଛେଦ କରାଯାଇ ପାଚେରୀ ନିର୍ମାଣ କାମ ମଧ୍ୟ ଆରମ୍ଭ କରାଯାଇଛି । ପଥ ଶ୍ରାଦ୍ଧ ଗୃହ ମଧ୍ୟ ଭଙ୍ଗାଯାଇଛି । ତେବେ ପଥ ଶ୍ରାଦ୍ଧ ଓ ଶବ ସତ୍କାର ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସୁରକ୍ଷା ଦୃଷ୍ଟିରୁ ମଠ ଉଚ୍ଛେଦ କାର୍ଯ୍ୟ ନିକଟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.