ୱାର୍ଡ ନଂ ୪୫କୁ ନିଜସ୍ୱ ଖର୍ଚ୍ଚରେ ବିଶୋଧନ କରାଇଲେ ପୂର୍ବତନ କର୍ପୋରେଟର ଅମରେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ କରୋନା ପରିସ୍ଥିତି ଅତ୍ୟନ୍ତ ଜଟିଳ । କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ନିଜକୁ ଏବଂ ଆମ ଚତୁର୍ପର୍ଶ୍ୱ କୁ ସଫା ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହାକୁ ଦୃଷ୍ଟିରେ ରଖି ୱାର୍ଡ ନଂ ୪୫ର ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ) ନିଜସ୍ୱ ଖର୍ଚ୍ଚରେ ପ୍ରତେକଟି ଘର ଏବଂ ଏହାର ଚତୁର୍ପର୍ଶ୍ୱକୁ ବିଶୋଧନ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, କରୋନା ମହାମାରୀ ବ୍ୟାପିବା ଦିନଠାରୁ ୱାର୍ଡ ନଂ ୪୫ର ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ) ଅନେକ ଅସହାୟ, ମନ୍ଦିର ପୂଜକ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସହାୟତାର ହାତ ବଢାଇଥିଲେ । ସେମାନଙ୍କୁ ଶୁଖିଲା ଖାଦ୍ୟ ସହିତ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରିଥିଲେ ।

Leave A Reply

Your email address will not be published.