ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବରାଗ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ସ୍ଵର୍ଗତ ଡ଼ଃ ଅଚ୍ୟୁତାନନ୍ଦ ନାୟକଙ୍କ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପୈତୃକ ଗାଁ ଜଗନ୍ନାଥ ପ୍ରସାଦ ଠାରେ ଅନୁଷ୍ଠିତ ଏକଦଶାହା କାର୍ଯ୍ୟ କ୍ରମରେ ଯୋଗଦେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ତାଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଭଣ୍ଡାରିପୋଖରୀର ମାନ୍ୟବର ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଧାମନଗର ମାନ୍ୟବର ବିଧାୟକ ବିଷ୍ଣୁପଦ ସେଠୀ, ବିଶିଷ୍ଟ ସାହିତ୍ୟିକ ସୁଧାକର ନନ୍ଦ, ପ୍ରଫେସର ଉପେନ୍ଦ୍ର ନାୟକ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଭୟ ବିଶ୍ବାଳ ମଧ୍ୟ ଉପସ୍ଥିତ ଥିଲେ ।