ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପ୍ରତାପ ପୁରୁଷୋତ୍ତମପୁର ପଞ୍ଚାୟତର ମାଳସାହିରୁ ବିରବଳଭଦ୍ରପୁର ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ଭାର୍ଗବୀ ନଦୀ ଉପରେ ମାଳସାହିଠାରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ପରିଦର୍ଶନ କରିଥିଲେ ସଞ୍ଜୟ ଦାସବର୍ମା। ଶିଘ୍ର କାମ ଶେଷ କରିବା ପାଇଁଁ ସେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ ଓ ନିର୍ବାହୀ ଯନ୍ତ୍ରୀ ଭଗବାନ ଦାସଙ୍କ ସହିତ ଆଲୋଚନା କରିଥିଲେ।