ରାୟଗଡା ଗସ୍ତରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା , ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ସମୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଙ୍ଗଳବାର ରାୟଗଡା ଜିଲ୍ଲା ଗସ୍ତକରି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଉପାଧ୍ୟକ୍ଷଙ୍କ ସହିତ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗୋମଙ୍ଗ,ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ ପ୍ରମୁଖ ଯୋଗଦେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ପିଡି ଡିଆରଡିଏ ଅମୃତ ରୁତୁରାଜଙ୍କ ଉପସ୍ଥିତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ବିଶେଷ କରି ମହାମାରୀ କୋରନା, ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଣ, କୋଭିଡି ମୁକାବିଲା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ ପ୍ରଦାନ, କୃଷି ଓ ଉଦ୍ୟାନ କୃଷିରେ ଅଗ୍ରଗତି ଓ ଶ୍ରମିକମାନଙ୍କୁ ନିଯୁକ୍ତି, ପ୍ରବାସୀ ଶ୍ରମିକମାନଙ୍କ ପରିଚାଳନା ଓ କର୍ମନିଯୁକ୍ତି ଯୋଗାଣ ଆଦି ଉପରେ ସମୀକ୍ଷା କରିଥିଲେ।

ସ୍ବାସ୍ଥ୍ୟବିଭାଗ ଉପରେ ଆଲୋଚନା କଲାବେଳେ ଦାସବର୍ମା କୋରନା ପାଇଁ ଯେପରି ସାଧାରଣ ରୋଗୀ ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ହେଲେ ଜିଲ୍ଲାର ପ୍ରବେଶପଥ ଗୁଡିକ ସିଲ କରିବାକୁ ପରାମର୍ଶ ଦେଇଥିଲେ ଏବଂ ସ୍ଥାନୀୟ ଇଏସଆଇ କୋଭିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଭେଣ୍ଟିଲେଟର ଵ୍ୟଵସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଆଇନରେ ଯେପରି ଜିଲ୍ଲାର ଅଧିକାଂଶ ହିତାଧିକାରୀ ସୁବିଧା ପାଇବେ ସେଥିପାଇଁ ଯୋଗାଣ ବିଭଗକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ଯେପରି ଲେବରକାର୍ଡ ମିଳିବ ସେଥିପାଇଁ ଡାଟା ବେସ ପ୍ରସ୍ତୁତ କରିବାକୁ ଓ ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରି କର୍ମସଂସ୍ଥାନ ଯୋଗାଇବା ପାଇଁ ମାନ୍ୟବର ଉପାଧ୍ୟକ୍ଷ ନିର୍ଦେଶ ଦେଇଥିଲେ।

ଏହାପୂର୍ବରୁ ଶ୍ରୀ ଦାସବର୍ମା ଗୁଣପୁରରେ ମଙ୍ଗଳବାର ପୂର୍ବାହ୍ନରେ ପହଞ୍ଚି ସେଠାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଥିଲେ । କୋଭିଡ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ବିଷୟରେ ଗୁଣପୁର ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗୁଣପୁର ଆଦର୍ଶ ବିଦ୍ୟାଳୟର କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଥିଲେ । କୋଭିଡ କେନ୍ଦ୍ରର ସମସ୍ତ ବ୍ୟବସ୍ତା କିପରି ପରିଚାଳନା କରାଯାଉଛି ତାହା ଗୁଣପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ । କରୋନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ଓ ସାମୂହିକ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ଉପାଧ୍ୟକ୍ଷ ରାମନଗୁଡ଼ା ବ୍ଲକ ପରିଦର୍ଶନ କରି ସେଠାରେ ବିଡ଼ିଓ ରାମନଗୁଡ଼ା ଓ ଅନ୍ୟ।ନ୍ୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ରାଜ୍ୟ ଆଦିବାସୀ ହରିଜନ କଲ୍ୟାଣ ଓ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ସାରକା, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଗୁଣପୁର ଉପ ଜିଲ୍ଲାପାଳ ଡକ୍ଟର ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗୋରଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତି ପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାସ୍ଥରୀୟ ଏହି ବୈଠକରେ ଉପଜିଲ୍ଲାପାଳ, ରାୟଗଡ,ଜିଲ୍ଲାମୁଖ୍ୟ ଚିକିତ୍ସା ଆଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଉଧ୍ୟାନ ଉପନିର୍ଦେଶକ,ପ୍ରକଳ୍ପ ନିର୍ଦେଶକ ଜଳଛାୟା ମିଶନ,ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

SOA

Leave A Reply

Your email address will not be published.