ଚିଲିକାରେ ନିର୍ମାଣ ଧୀନ ଘେରି ବନ୍ଧ କାର୍ଯ୍ୟ ତଦାରଖ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କୃଷ୍ଣ ପ୍ରସାଦ ବ୍ଲକ ବଡ଼ଅଁଳ ପଞ୍ଚାୟତର ବଡଦଣ୍ଡା ଏବଂ ଖଳାମୁହଁ, ଚିଲିକାରେ ନିର୍ମାଣ ଧୀନ ଘେରିବନ୍ଧର କାର୍ଯ୍ୟ ତଦାରଖ କରିଛନ୍ତି । ଏଥି ସହିତ ଶ୍ରୀ ଦାସବର୍ମା ଖଳାମୁହଁ ଗ୍ରାମ ର ଜିବନ ଜୀବିକା ପାଇଁ ଡଙ୍ଗା ଯାତାୟାତ ପାଇଁ ଏକ କେନାଲ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାର ଜଳସମ୍ପଦ ବିଭାଗୀୟ ଅଧିକାରୀ ମାନେ ଏବଂ କୃଷ୍ଣ ପ୍ରସାଦ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.