ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତରେ କରୋନା ଭୂତାଣୁ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିନ ସହିତ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଗୁଜୁରାଟ ଯାଇଛନ୍ତି। ଏହି ଅବସରରେ ଆଜି ସେ ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ଜଣ ଜନ୍ମ ବାର୍ଷିକି ଉପଲକ୍ଷେ ଏହି ପ୍ରାଣୀ ଉଦ୍ୟାନକୁ ଉଦଘାଟନ କରିଛନ୍ତି।
ଏହି ପ୍ରାଣୀ ଉଦ୍ୟାନଟି ଷ୍ଟାଚ୍ୟୁ ଅଫ ୟୁନିଟ ଠାରୁ ୧୮୨ ମିଟର ଦୂର କେଭାଡିଆରେ ସ୍ଥାପନ ହୋଇଛି। ଉଦଘାଟନ ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପାର୍କ ବୁଲିଥିଲେ। ସେହିପରି ଗୁଜୁରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କେଭାଡିଆରେ ଏକତା ମଲ, ଶିଶୁ ପୃଷ୍ଟିକର ପାର୍କର ଉଦଘାଟନ କରିବା ସହିତ ସେଠାରେ ନ୍ୟୁଟ୍ରି ଟ୍ରେନରେ ବୁଲିଥିଲେ।
ସେ କେଭାଡିଆରେ ଆରୋଗ୍ୟ ବଣର ମଧ୍ୟ ଉଦଘାଟନ କରିଥିଲେ। ସେହି ପାର୍କରେ ୧୦୦ରୁ ଊର୍ଦ୍ଧ୍ୱ ଔଷଧିୟ ବୃକ୍ଷ ରହିଛି। ଯାହାର ବ୍ୟବହାର ଓ ନାମ ସେଠାରେ ଉଲ୍ଲେଖ ହୋଇଛି।

Leave A Reply

Your email address will not be published.