ଜେଲରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଶଶୀକଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଆଇଡିଏମକେ ନେତ୍ରୀ ଭି.କେ ଶଶିକଳାଙ୍କୁ ଜେଲରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ୪ ବର୍ଷର ଜେଲ୍‌ ଦଣ୍ଡ ଭୋଗୁଥିବା ଶଶିକଳାଙ୍କୁ ଜେଲରେ ରହିବାପାଇଁ ୫ଟି କକ୍ଷର ବ୍ୟବସ୍ଥା ହୋଇଛି, ଏକ ରୋଷେଇ ଘର ମଧ୍ୟ ଅଛି । ଫେବୃଆରୀ ୧୪ ତାରିଖରେ ଜେଲ ପହଞ୍ଚିବା ପରେ ୪ଟି ରୁମ୍ରେ ରହୁଥିବା ମହିଳା କଏଦୀମାନଙ୍କୁ ଅନ୍ୟତ୍ର ପଠାଯାଇଥିଲା । ଜେଲ୍‌ରେ ରୋଷେଇ ପାଇଁ ଅନୁମତି ନଥିବାବେଳେ ଜେଲରେ ଥିବା ଜଣେ ମହିଳା କଏଦୀ ଅଜନ୍ତା ତାଙ୍କ ପାଇଁ ରୋଷେଇ କରୁଛନ୍ତି । ଏଥିସହ ସେ ଜେଲରେ ବହୁ ଲୋକଙ୍କୁ ଭେଟୁଥିବା ବେଳେ ସେ ଏକାଧାରରେ ଏକାଧିକ ଲୋକଙ୍କୁ ଭେଟୁଥିବା ଜଣାପଡିଛି । ଲାଞ୍ଚ ଦେଇ ସେ ଏହି ସୁବିଧା ପାଉଛନ୍ତି ବୋଲି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ବିନୟ କୁମାରଙ୍କ ନେତୃତ୍ବରେ କରାଯାଇଥିବା ଇନକ୍ଵାରୀରୁ ଜଣାପଡିଛି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଶଶିକଳା ଜେଲ୍‌ରେ ଥିବାବେଳେ ତାଙ୍କୁ ବେଆଇନ ଭାବେ ଏସବୁ ସୁବିଧା ଯୋଗାଇ ଦିଆଯାଉଥିବା ସୂଚନା ଅଧିକାର ଆଇନ (ଆରଟିଆଇ )ରେ ମିଳିଥିବା ତଥ୍ୟରୁ ଜଣାପଡିଛି ।

Leave A Reply

Your email address will not be published.