ସାଥି ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଆଖି ବୁଜିଲେ ବିଚାରାଧୀନ କଏଦୀ

0

ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜେଲ୍‌ରେ । ମୃତକ ହେଲେ ତୁରୀ ମୁଣ୍ଡା ।ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ ଥିଲେ । ଆଜ ସକାଳୁ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତକାଲି କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ସୁନିଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶି ଦଣ୍ଡାଦେଶ ମିଳିଥିଲା । ସୁନିଲ ଭଳି ତାଙ୍କୁ ବି ଫାଶି ହୋଇଯିବ ବୋଲି ଭାବି ତୁରୀଙ୍କ ମୃତ୍ୟୁ ହୋଇଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଅଧିକ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜେଲ୍ ଅଧୀକ୍ଷକ। ତୁରୀଙ୍କ ପରିବାର ଲୋକେ ପହଞ୍ଚି ନ ଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.