ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ସଂଖ୍ୟାଲଘୁ ସେଲର ସେକ୍ରୋଟାରୀ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ସଂଖ୍ୟାଲଘୁ ଯୁବନେତା ତଥା ବିଜେଡି ସଂଖ୍ୟାଲଘୁ ସେଲର ସେକ୍ରୋଟାରୀ ସେକ ମହମ୍ମଦ ଇସଲାମ । ଉତ୍ତରପ୍ରଦେଶରେ ଫସି ରହିଥିବା ୩୧ ଜଣ ସଂଖ୍ୟାଲଘୁ ଛାତ୍ରଙ୍କୁ ଓଡ଼ିଶା ଫେରାଇ ଆଣିଥିବାରୁ ସେ ଏହି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସେ କହିଛନ୍ତି, ତାଙ୍କ ଭାଇ ସେକ ମୁନିମଙ୍କ ସହ ୩୧ଜଣ ଛାତ୍ର ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ଏକ ସ୍କୁଲରେ ଲକଡାଉନ ଯୋଗୁଁ ଫସି ରହିଥିଲ । ସେମାନେ ଓଡ଼ିଶା ଫେରିବାକୁ ଚାହୁଁଥିବାରୁ ସାଂସଦ ମୁନ୍ନା ଖାଁ ଏବଂ ମହମ୍ମଦ ଇସଲାମ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଏହା ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ସହଯୋଗ ଯୋଗୁଁ ସେଠାରେ ଫସି ଥିବା ସମସ୍ତ ଛାତ୍ର ଏକ ବସ ଯୋଗେ ଭୁବନେଶ୍ୱର ଫେରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ ଆସିଥିଲା । ତେବେ ଓଡିଶା ଫେରିବା ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ମୁନ୍ନା ଖାଁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.