ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର; ମୋବାଇଲ ଫଣ୍ଡ ଟ୍ରାନ୍ସଫର ଉପରେ ଲାଗୁ ହେଉଥିବା ଏସଏମଏସ୍ ଶୁଳ୍କକୁ ଛାଡ କଲା ବ୍ୟାଙ୍କ

ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ୍ ମୋବାଇଲ ଫଣ୍ଡ୍ ଟ୍ରାନ୍ସଫର ଉପରେ ପଡୁଥିବା ଏସଏମଏସ୍ ଶୁଳ୍କ ଛାଡ କରିଦେଲେ । ୟୁଏସଏସଡି(USSD) ସେବା ଉପଯୋଗ କରି ଗ୍ରାହକ ଏବେ ବିନା କିଛି ଅତିରିକ୍ତ ଶୁଳ୍କରେ ସହଜରେ ନେଣଦେଣ କରିପାରିବେ ବୋଲି ଏସବିଆଇ ପ୍ରକାଶ କରିଛି ।
ଏବେ ମୋବାଇଲ ଫଣ୍ଡ ଟ୍ରାନ୍ସଫର ଉପରେ ଲାଗୁ ହେଉଥିବା ଏସଏମଏସ୍ ଶୁଳ୍କ ଛାଡ । ଗ୍ରାହକ ଏବେ ବିନା ଅତିରିକ୍ତ ଶୁଳ୍କରେ ସହଜରେ ନେଣ ଦେଣ କରିପାରିବେ । କେବଳ *99# ଡାଏଲ କରି ମାଗଣାରେ ଅଧିକ ବ୍ୟାଙ୍କ୍ ସେବାର ଲାଭ ଉଠାଇ ପାରିବେ । ଯେଉଁଥିରେ ରହିଛି ଟଙ୍କା ପଠାଇବା, ଟଙ୍କା ପାଇଁ ଅନୁରୋଧ କରିବା, ଖାତାର ଶେଷ ଅର୍ଥ ରାଶି, ରିକ୍ୟୁଏଷ୍ଟ ମନି, ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ ଓ ୟୁପିଆଇ ପିନ ପରିବର୍ତ୍ତନ ସାମିଲ ରହିଛି ।
ୟୁଏସଏସ୍ଡି କ’ଣ ?
ୟୁଏସଏସ୍ଡି ଏକ ପ୍ରାଦ୍ୟୋଗିକ ମଞ୍ଚ ଯାହା ମାଧ୍ୟମରେ ସୂଚନା ପ୍ରସାରିତ କରାଯାଇପାରିବ । ଏହା ସବୁ ମୋବାଇଲରେ ଏସଏମଏସ ସୁବିଧା ସହ ଉପଲବ୍ଧ । ଏହା ମାଧ୍ୟମରେ ମୋବାଇଲ ଫଣ୍ଡ ଟ୍ରାନ୍ସଫର, ଟଙ୍କା ପାଇଁ ଅନୁରୋଧ କରିବା, ଖାତାର ଶେଷ ଅର୍ଥ ରାଶି, ରିକ୍ୟୁଏଷ୍ଟ ମନି, ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ ଓ ୟୁପିଆଇ ପିନ ଆଦି କରାଯାଇ ପାରିବ । ଏହାଦ୍ୱାରା ଆର୍ଥିକ ଭାବେ କମଜୋର ବର୍ଗଙ୍କୁ ବ୍ୟାଙ୍କିଂ ସୁବିଧା ଦେବା ।