ପୌର ନିର୍ବାଚନ: ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଏକ ଝଟକା ଲାଗିଛି । ପୌର ସଂସ୍ଥାଗୁଡ଼ିକରେ ସ୍ଥାନ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଅଧିକ ସ୍ଥାନ ସଂରକ୍ଷଣ ବେଆଇନ ବୋଲି ଦର୍ଶାଇଥିଲେ । ତେବେ ରାୟର  ପୁନଃବିଚାର କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିଥିଲେ । ରାଜ୍ୟ ସରକାର ଦାୟର କରିଥିବା ରିଭ୍ୟୁ ପିଟିସନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ଜଷ୍ଟିସ ଉଦୟ ଉମେଶ ଲଳିତ ଏବଂ ସଞ୍ଜୟ କିଷନ କାଉଲଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ରିଭ୍ୟୁ ପିଟିଶନକୁ ଖାରଜ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ କାର୍ଯ୍ୟକାଳ ଶେଷ ହୋଇଥିବା ୬୫ରୁ ଊର୍ଦ୍ଧ୍ୱ ପୌର ସଂସ୍ଥା ଓ ୨ଟି ମହାନଗର ନିଗମର ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଜନସଂଖ୍ୟା ଆଧାରରେ କେତେକ ପୌର ସଂସ୍ଥାରେ ଏସସି/ଏସଟିଙ୍କ ପାଇଁ ରାଜ୍ୟ ସରକାର ଧାର୍ଯ୍ୟ ସୀମା ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ନେଇ ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରଯାଇଥିଲା । ହାଇକୋର୍ଟ ଏହି ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ ଦର୍ଶାଇ ରଦ୍ଦ କରି ଦେଇଥିଲେ । ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Leave A Reply

Your email address will not be published.