ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏଣିକି ସ୍କୁଲ୍ ପିଲାଙ୍କର ବହି ବ୍ୟାଗ୍ ଓଜନ କମିବ। ପିଲାଙ୍କ ଓଜନ ଠାରୁ ବ୍ୟାଗ୍ର ଓଜନ ୧୦ ପ୍ରତିଶତରୁ କମ୍ ରହିବ। ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ। ଏନେଇ କେନ୍ଦ୍ରସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ, ପ୍ରତି ତିନିମାସରେ ଗୋଟିଏ ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବସ୍ତାନୀର ଓଜନ ଯାଞ୍ଚ କରାଯିବ। ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ଲାଗି ନିର୍ଦ୍ଦେଶ ହୋଇଛି। ଏହି ନିୟମ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ୍ ବ୍ୟବହାର କରିବେ। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ୍ ବୁକ୍ ବ୍ୟବହାର କରିବେ। ଗୋଟିଏ ନୋଟ୍ ବୁକ୍ ସ୍କୁଲରେ ରହିବ। ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ।
ଅନ୍ୟପକ୍ଷରେ, ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ ଘଣ୍ଟାର ହୋମ୍ ୱାର୍କ ଦିଆଯିବ। ଏହି ନିୟମ ଆଗାମୀ ଶିକ୍ଷା ବର୍ଷରେ ଲାଗୁ ହେବ।
