ଡିସେମ୍ବର ୩୧ ଯାଏଁ ରାଜ୍ୟର ସବୁ ସ୍କୁଲ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛି। ବିଭିନ୍ନ ଷ୍ଟେକହୋଲଡରଙ୍କ ସହ ଆଲୋଚନା ପରେ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେତେକ ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହ ଆରମ୍ଭ ହେବା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ବନ୍ଦ ସତ୍ତେ୍ୱ ସମସ୍ତ ପ୍ରକାର ପରୀକ୍ଷା ଓ ମୂଲ୍ୟାୟନ ଜାରି ରହିବ। ଅନଲାଇନ/ଦୂରନ୍ତର ଶିକ୍ଷା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ଅନଲାଇନ ଶିକ୍ଷା ଟେଲିକାଉନସେଲିଂ ପାଇଁ ଶିକ୍ଷକ ସ୍କୁଲ ଆସିବେ।

ସୂଚନା ଯୋଗ୍ୟ, ଅନଲକ -୬ରେ ରାଜ୍ୟ ସରକାର ନଭେମ୍ୱର ମାସରେ ସ୍କୁଲ୍ ଖୋଲିବାକୁ ଘୋଷଣା କରିଥିଲେ। ଘୋଷଣାର କିଛି ସମୟରେ ନିଷ୍ପତ୍ତି ବଦଳାଇଥିଲେ। ସ୍କୁଲ ଖୋଲିବା ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଛାଡ଼ିଥିଲେ। ଆଜି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟୀକରଣ ରଖି କହିଥିଲେ, କରୋନା ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଏବେ ସ୍କୁଲ୍ ଖୋଲିବନି।

Leave A Reply

Your email address will not be published.