ସ୍କ୍ରିନିଂ କମିଟି କରିବ କଂଗ୍ରେସ ପ୍ରାର୍ଥୀ ଚୟନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜୋରଦାର କରିଛି ।
ଏଥର ପ୍ରାର୍ଥୀ ଚୟନ ପ୍ରକ୍ରିୟା ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଏହି ସ୍କ୍ରିନିଂ କମିଟି ବୈଠକରେ କମିଟିର ଅଧ୍ୟକ୍ଷ ଭି.ଡି. ସାଥେସାନ୍ ଓ ଅନ୍ୟ ୨ ସଦସ୍ୟ କଂଗ୍ରେସ ଭବନରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । କେଉଁ ଆଧାରରେ କାହାକୁ ପ୍ରାର୍ଥୀ କଲେ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିପାରିବ, ତାହାକୁ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯାଇଥିଲା ।

ଆଲୋଚନା ପରେ ପିସିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତାଲିକା ଉପରେ ଆଜି ବିସ୍ତୃତ ଭାବରେ ଆଲୋଚନା କରିବ ପ୍ରଦେଶ ନିର୍ବାଚନ କମିଟି । ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ କମିଟି (ସିଇସି)କୁ ପଠାଯିବ । ସିଇସିର ତର୍ଜମା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟରେ ଉପସ୍ଥାପନ କରାଯିବା । ରାହୁଲ ଗାନ୍ଧିଙ୍କ ସହମତି କ୍ରମେ ଏହି ତାଲିକାରେ ମୋହର ଲାଗିବ ।

Leave A Reply

Your email address will not be published.