ମହାନଦୀ ରାଜନୀତିର ଦ୍ଵିତୀୟ ଅଧ୍ୟାୟ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀ ଆନ୍ଦୋଳନର ଦ୍ୱିତୀୟ ଅଧ୍ୟାୟରେ ସତର୍କ ହୋଇ ଯାଇଛି ବିଜେଡି କାରଣ ମହାନଦୀ ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ବିଜେଡି କୌଣସି ରାଜନୈତିକ ଫାଇଦା ନେଇପାରିନଥିଲା । ବରଂ ପଞ୍ଚାୟତ ନିର୍ବାଚନରେ ମହାନଦୀ ଆନ୍ଦୋଳନକୁ ବିଜେଡି ଢାଲ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା ।

ପ୍ରାୟତଃ ସବୁ ଶ୍ରେୟ ବିଜେପି ଆଡ଼କୁ ଯାଇଥିଲା । ସେବେଠାରୁ ନିରଵଥିବା ବିଜେଡ଼ି ଏବେ ମହାନଦୀ ଆନ୍ଦୋଳନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିଛି ।
ମାତ୍ର ତାପରେ ଠିକ ସମୟରେ ଟ୍ରିବୁନାଲ ଗଠନ ନହେବାରୁ ବିଜେଡ଼ି ଏହି ସୁଯଗକୁ ହାତଛଡା କରିବାକୁ ଚାହୁଁନି ।

ମହାନଦୀ ଅବବାହିକାରେ ଥିବା ୧୫ଟି
ଜିଲ୍ଲାର ରାଜ୍ୟ ସଦସ୍ୟ, ବିଜୁ ଜନତା ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଏବଂ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷ, ଯୁବ-ଛାତ୍ର-ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳ ରାଜ୍ୟ କର୍ମକର୍ତ୍ତା
ପ୍ରମୁଖଙ୍କ ଉପସ୍ଥିତିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

କଥାରେ ଅଛି ପ୍ରଥମ ବାଜିରେ ଭୀମ ହାରେ । ଦ୍ୱିତୀୟ ବାଜିର ଲଢ଼େଇ ପାଇଁ ପୁରା ପ୍ରସ୍ତୁତ ହୋଇଥିବା ବିଜେଡ଼ି ଆଗକୁଥିବା ସାଧାରଣ ନିର୍ବାଚନରେ ବିଜେପିକୁ ମାତ ଦେବନିତ !

ଅନ୍ୟପଟେ ପାଲଟା ଅଭିଯୋଗକରି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ସମୟରେ କଳସଯାତ୍ରା, ମେଲାଣୀ, ସାହାଣମେଲା କରିବା ପରେ
ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ଆଉ ଏକ ଗଳାବାଟ ଖୋଜିବାରେ ଲାଗିଛି ଶାସକ ଦଳ ।

Leave A Reply

Your email address will not be published.