ସିବିଏସଇ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ୫ଟି ସଚିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲା ଖଇରପୁଟଠାରେ ଥିବା ଓଡ଼ିଶା ଆଦର୍ଶବିଦ୍ୟାଳୟର ଛାତ୍ର ଅମ୍ରିତ କେଶରୀ ପାତ୍ର ଚଳିତବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୪% ନମ୍ବର ରଖି ଟପ୍ପର ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଜଣେ ଛାତ୍ର ସିବିଏସଇ ପରୀକ୍ଷାରେ ଟପ୍ପର ହୋଇଥିବାର ଜାଣି ୫ଟି ସଚିବ ଭିକେ ପାଣ୍ଡିଆନ୍ କୃତି ଛାତ୍ର ଅମ୍ରିତଙ୍କ ସଫଳତା ପାଇଁ ଭିଡିଓ କଲ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଶ୍ରୀ ପାଣ୍ଡିଆନ୍ ଫୋନ୍ ମାଧ୍ୟମରେ ଶ୍ରୀ ପାତ୍ରଙ୍କ ଶୁଭେଚ୍ଛା ଜଣାଇଥିବାରୁ ଅମ୍ରିତଙ୍କ ବାପା ଅଭୟ ପାତ୍ର ଓ ପରିବାର ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାନ ଜଣାଇଛନ୍ତି । ଭବିଷ୍ୟତରେ ଅମ୍ରିତ ଜଣେ ଡାକ୍ତର ହୋଇ ଗରିବଙ୍କ ସେବା କରିବେ ବୋଲି କହିଛନ୍ତି । ଜିଲ୍ଲାରେ ଟପ୍ପର ହୋଇଥିବାରୁ ଅମ୍ରିତଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସହପାଠୀଙ୍କ ସହ ଜିଲ୍ଲାପାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଶଂସା କରିଛନ୍ତି ।

bjd
Sikshaya
ruchi

Leave A Reply

Your email address will not be published.