ଭାରତ ସହ ଆଣବିକ ଯୁଦ୍ଧ ପାଇଁ ପାକିସ୍ତାନର ଧମକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ୍ ପୁଣିଥରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ଭାରତ ସହ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେ ଭାରତ ବିରୋଧରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। ରସିଦ୍ କହିଛନ୍ତି ଯେ, ପାକିସ୍ତାନ ନିଜ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରି ରଖିଛି। ଏଥର ଯୁଦ୍ଧ ହେଲେ ତାହା ପାରମ୍ପରିକ ଯୁଦ୍ଧ ନହୋଇ ସିଧା ଆଣବିକ ଯୁଦ୍ଧ ହେବ। ଯେଉଁଥିରେ ଆସାମ ପର୍ଯ୍ୟନ୍ତ ଅଞ୍ଚଳକୁ ନିଶାଣ କରାଯାଇପାରିବ। ଇମ୍ରାନ ଖାନ୍ଙ୍କ ସରକାରର ଏହି ମନ୍ତ୍ରୀ ଏ କଥା ମଧ୍ୟ କହିଛନ୍ତି ଆମର ଅସ୍ତ୍ରଶସ୍ତ୍ର ମୁସଲିମଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ରଖି ଆସାମ ପର୍ଯ୍ୟନ୍ତ ଆକ୍ରମଣକୁ ନିଶାଣ କରାଯିବ। ଅବଶ୍ୟ ରସିଦ୍ ପ୍ରଥମ ଥର ପାଇଁ ଏପରି ଧମକପୂର୍ଣ୍ଣ ମନ୍ତବ୍ୟ ଦେଇନାହାନ୍ତି। ଏହା ପୂର୍ବରୁ ସେ ଅନେକବାର ଭାରତ ବିରୋଧୀ ମନ୍ତବ୍ୟ ଓ ଯୁଦ୍ଧ ଧମକ ମଧ୍ୟ ଦେଇଛନ୍ତି। ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଏବେ ଆମେରିକା, ଅଷ୍ଟ୍ରେଲିଆ, କାନାଡା ଓ ବ୍ରିଟେନ ବିରୋଧରେ ଚୀନ୍ ଠିଆ ହୋଇଛି। ଏହା ସହ ନେପାଳ, ଶ୍ରୀଲଙ୍କା, ଇରାନ ଓ ରୁଷିଆ ନେଇ ଚୀନ୍ ନୂଆ ମେଣ୍ଟ କରିଛି। ଏପରି ସ୍ଥିତିରେ ପାକିସ୍ତାନ ଚୀନ୍ ସହ ଠିଆ ହେବାର ଆବଶ୍ୟକତା ରହିଛି। ଯଦି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରେ ତେବେ କୌଣସି ପାରମ୍ପରିକ ଯୁଦ୍ଧ ନହୋଇ ପରମାଣୁ ଯୁଦ୍ଧ ହେବ।

Leave A Reply

Your email address will not be published.