କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇବ । ଏ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ପ୍ରଦେଶ କଂଗ୍ରେସ (ପିସିସି) ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ । ନିର୍ବାଚନ ପ୍ରସ୍ତୁତି ଓ  ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ଇସ୍ତଫା ଦେଇଥିବା କହିଛନ୍ତି । ସମ୍ବଲପୁରଠାରେ ଏକ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

ଏହି ଅବସରରେ ଜଗନ୍ନାଥ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଖୁବ ଭଲ ପ୍ରଦର୍ଶନ କରିଥାନ୍ତା । ହେଲେ ରାଜ୍ୟ ନେତୃବୃନ୍ଦ ତାହା କରାଇ ଦେଲେ ନାହିଁ । ନିର୍ବାଚନ ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସବୁଥିରେ ତ୍ରୁଟିପୂର୍ଣ୍ଣ ନୀତି ଆପଣା ଯାଇଥିଲା । ଯେଉଁଥିପାଇଁ କଂଗ୍ରେସ ଏଥର ସାଧାରଣ ନିର୍ବାଚନରେ ଖରାପ ପ୍ରଦର୍ଶନ କରିବ ବୋଲି ଜଗନ୍ନାଥ କହିଛନ୍ତି ।

Leave A Reply

Your email address will not be published.