ଭୁବନେଶ୍ଵରରେ ପୁଣି ସେକ୍ସ ରାକେଟ୍ ଠାବ, ୪ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ଵରରେ ପୁଣି ସେକ୍ସ ରାକେଟ୍ ଠାବ ହୋଇଛି । ଖଣ୍ଡଗିରି ଅଞ୍ଚଳରେ ଏକ ସେକ୍ସ ରାକେଟ୍ ଠାବ ହୋଇଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ଵରର ଉପକଣ୍ଠରେ ଥିବା ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏମ୍ସ ନଗରର ଏକ ହୋଟେଲରୁ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଥିଲା । ଏସଂପର୍କରେ ସୂଚନାପାଇ କମିସନରେଟ ପୁଲିସ ପକ୍ଷରୁ ସେହି ହୋଟେଲ ଉପରେ ଚଢାଉ କରାଯାଇଥିଲା । ଏଥିରେ ୨ ଦଲାଲଙ୍କ ସମେତ ୪ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଅପରପକ୍ଷରେ ପଶ୍ଚିମବଙ୍ଗର ୬ ଜଣ ଦେହଜୀବୀଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲୋକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଏହି ସେକ୍ସ ରାକେଟରେ ହୋଟେଲ ମାଲିକ ସଂପୃକ୍ତ ଅଛନ୍ତି କି ନାହିଁ ତାହା ଏଯାଏଁ ଜଣା ପଡ଼ିନାହିଁ । ଏହି ଘଟଣା ସଂପର୍କରେ ପୁଲିସ ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.