ପୋଲିସ ନାକ ତଳେ ଚାଲିଥିଲା ସେକ୍ସ ରାକେଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥାନାଠାରୁ ମାତ୍ର କିଛି ଦୂରରେ ଅନୈତିକ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ଖବର ନପାଇବା ପୁରୁଣା କଥା। ପୋଲିସ କୁଆଡେ ଏଥିରେ ସାମିଲ ଥିବା ବେଳେ ଲୋକ ଦେଖାଣିଆ ଭାବେ ଚଢ଼ାଉ କରି ଘର ମାଲିକ ସମେତ ୪ଜଣଙ୍କୁ ଗିରଫ କରିଛି ବୋଲି ବାଲେଶ୍ୱର ଜିଲ୍ଲା ସିଙ୍ଗିଲା ଥାନା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଘଟଣା କ୍ରମେ

ବାଲେଶ୍ୱର ଜିଲ୍ଲା ସିଙ୍ଗିଲା ଥାନା ଆଧୀନ ନାହଞ୍ଜରା ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ଘରେ ସେକ୍ସ ରାକେଟ ଚାଲିଥିବା ନେଇ ଗ୍ରାମବାସୀ ବୁଧବାର ଥାନାରେ ଅଭିଯୋଗ କରିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପୋଲିସ ମନୋରଞ୍ଜନଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ତାଙ୍କ ଘରୁ ଅସଞ୍ଜତ ଅବସ୍ଥାରେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରିବା ସହ ଘର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି। ତେବେ ଅନ୍ୟ କେତେଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ କହିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚୁରା କରୁଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମନୋରଞ୍ଜନ ଚୋରା ମଦ ବେପାର ସହ ବାହାରୁ ଝିଅ ଆଣି ସେକ୍ସ ରାକେଟ୍ ଚଳାଉ ଥିଲେ। ଏ ନେଇ ପୂର୍ବରୁ ବହୁଥର ଗ୍ରାମର ମୁରବିମାନେ ବସି ଆଲୋଚନା କରିଥିଲେ ସୁଧା ମନୋରଞ୍ଜନ ଏହାକୁ ଖାତିର କରୁ ନଥିଲେ। ଅପରପକ୍ଷେ ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏ ଘଟଣା ଘଟୁଥିବା ବେଳେ ପୋଲିସ କେମିତି କିଛି ଜାଣି ନଥିଲା ସେ ନେଇ ଗ୍ରାମର କେତେଜଣ ଅଭିଯୋଗ କରିଛନ୍ତି।

Sikshaya
Leave A Reply

Your email address will not be published.