ଯୌନକର୍ମୀଙ୍କୁ ମିଳିବ ଆର୍ଥିକ ସହାୟତା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୌନକର୍ମୀଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁଯାୟୀ, କୋଭିଡ଼ – ୧୯ ଯୋଗୁଁ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଯୌନକର୍ମୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଏପରି ନିର୍ଦ୍ଦେଶକୁ ଓଡ଼ିଶା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ସ୍ୱାଗତ କରିଛନ୍ତି । ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପୂର୍ବରୁ ରାଜ୍ୟ ମାନବିକ ଅଧିକାର ମଧ୍ୟ ଯୌନକର୍ମୀଙ୍କୁ ସହାୟତାର ହାତ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Sikhsya
Barta

Leave A Reply

Your email address will not be published.