ଝିଅଙ୍କୁ ହଗ ଓ କିସ କରୁଥିବା ମୁଖିଆ ଙ୍କୁ ପୋଲିସ ନେଲା ରିମାଣ୍ଡରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଏକ ବେଆଇନ ସେଲ୍ଟେର ହୋମ ଝିଅ ମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହେବାପରେ ଏହାର ଏମ.ଡ଼ି ଫାୟାଜ ରେହେମାନ କୁ ରବିବାର ଦିନ ଗିରଫ କରିଥିଲା ପୋଲିସ । ଆଜି ରେହେମାନ ଦୁଇଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏହି ରିମାଣ୍ଡ ଅବଧି ମଧ୍ୟରେ ଝିଅ ଙ୍କୁ ଦିଆଯାଇଥିବା ନିର୍ଯାତନା ସହ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ତାଙ୍କ ସେଲଟର ହୋମ ଗୁଡିକର ପରିଚାଳନା ତଥା ବିଦେଶୀ ଲିଙ୍କ ସମ୍ପର୍କରେ ବି ପଚରାଉଚୁରା କରିବ ପୋଲିସ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଠାରେ ଥିବା ବେଆଇନ ଗୁଡ ନ୍ୟୁଜ ସେଲ୍ଟେର ହୋମ ଏମ.ଡ଼ି ଫାୟାଜ ରେହେମାନ ବଢିଲା ଝିଅଙ୍କୁ ହଗ୍ କିସ୍ କରିବା ଓ ସେମାନଙ୍କୁ ନିଜେ ପାଣିରେ ବୁଡାଇ ଧର୍ମ ପରିବର୍ତ୍ତନ କରୁଥିବା ଅଭିଯୋଗ ଆସିବାପରେ ଏହାର ଏକ ଭିଡ଼ିଓ ଭାଇରଲ ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଧାର କରି ଫୟାଜ ରହେମାନଙ୍କୁ ଗିରଫ କରାଯିବା ସହ ସବୁ ସେଲଟର୍ ହୋମରେ ଚଢ଼ାଉ ଆରମ୍ଭ ହୋଇଛି ।

Leave A Reply

Your email address will not be published.