ଓଡ଼ିଶା ଫାଷ୍ଟ :(ଜିତେନ୍ଦ୍ର ମହାନ୍ତି) ବିଜେପୁର ଉପନିର୍ବାଚନ ପ୍ରଚାର ସମୟରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ର କୁମ୍ଭାରୀ ଗାଁ ରେ ଆଜିର ଶେଷ ପ୍ରଚାର ମଞ୍ଚ ହୋଇଥିଲା। ଏଠାରେ ମୁଖ୍ୟମନ୍ତ୍ରୀ ୬ ଟା କୋଡିଏ ମିନିଟ ରେ ସଭା ମଞ୍ଚ ରେ ପହଞ୍ଚି ଅଭିଭାଷଣ ଆରମ୍ଭ କରିବା ମାତ୍ରେ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ଙ୍କୁ ଦୁଇଟି ଚପଲ ମାଡ କରିଥିଲା। ସୁରକ୍ଷା କର୍ମୀ ଙ୍କ ସଜାଗତା ହେତୁ ମୁଖ୍ୟମନ୍ତ୍ରୀ ଚପଲ ମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପୋଲିସ ଯୁବକକୁ କାବୁ କରି ଗିରଫ କରିଛି। ଯୁବକ ଜଣକ ସେହି ଗ୍ରାମର ନୁହେଁ ବୋଲି ଜଣାପଡିଛି।
ଗ୍ରାମବାସୀ ମଧ୍ୟ ଏହିଘଟଣା ପରେ କ୍ଷୁବ୍ଧ ହୋଇ ଗାଁରେ ବିଜେଡି ବ୍ୟତୀତ କୌଣସି ରାଜନିତକ ଦଳକୁ ପୁରାଇ ଦେବେନାହିଁ ବୋଲି କହିଛନ୍ତି। ଅପରପକ୍ଷେ ବିଜେଡ଼ି ଏହାକୁ ନିନ୍ଦାକରିବା ସହ ଘଟଣା ପଛରେ ବିଜେପି ହାତ ଅଛି ବୋଲି ମୁଖପାତ୍ର ଦେବେଶ ଆଚାର୍ଯ୍ୟ କହିଛନ୍ତି। ଗଣତନ୍ତ୍ର ରେ ହିଂସାର କୌଣସି ସ୍ଥାନନାହିଁ ଅଣ୍ଡା କିମ୍ବା ଚପଲ ମାଡ ନିନ୍ଦନୀୟ ଚପଲ ମାଡ଼ ନିନ୍ଦା କରୁଛୁ। ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ। ଏହା ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି।
ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଏହି ଘଟଣା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର କାର୍ଯ୍ୟକ୍ରମ ଜାରିରହିବ।
