୨୦୦୦ ଟଙ୍କିଆ ନୋଟ୍ ନେବାକୁ ମନା କରିପାରିବେନି ଦୋକାନୀ: ଶକ୍ତିକାନ୍ତ ଦାସ

୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହର ଘୋଷଣା ହେବା ପରେ ଲୋକଙ୍କ ଚିନ୍ତା ବଢିଯାଇଛି। ଏବେ ସେମାନେ ଏହି ନୋଟ୍ କ’ଣ କରିବେ। ୨୦୦୦ ଟଙ୍କିଆ ନୋଟ୍କୁ ନେଇ ଭୟବୀତ ହେବାର କୌଣସି ଦରକାର ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଆପଣ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସହିତ ଯେ କୌଣସି ଦୋକାନକୁ ଯାଇପାରିବେ, ଆପଣ ସହଜରେ ଏହି ନୋଟ୍ ଦେଇ କୌଣସି ସାମଗ୍ରୀ କିଣି ପାରିବେ କାରଣ କୌଣସି ଦୋକାନୀ ଏହି ନୋଟ୍ ନେବାକୁ ମନା କରିପାରିବେ ନାହିଁ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ,୨୦୦୦ ଟଙ୍କିଆ ନୋଟ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ପୂରଣ ହୋଇଛି। ସାଧାରଣ ଜନତା କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ବ୍ୟାଙ୍କଗୁଡିକ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆପଣ ଦୋକାନକୁ ଯାଇ ୨୦୦୦ ଟଙ୍କିଆ ନୋଟରୁ ସହଜରେ କୌଣସି ସାମଗ୍ରୀ କିଣି ପାରିବେ।
ଆରବିଆଇ ଗଭର୍ଣ୍ଣର କହିଛନ୍ତି, ୨୦୦୦ ଟଙ୍କିଆ ନୋଟ୍ ମୁଖ୍ୟ ଭାବରେ ନୋଟବନ୍ଦୀ ପରେ ଅଣାଯାଇଥିଲା। ଏହାର ଉଦେଶ୍ୟ ଥିଲା ନୋଟର ଆବଶ୍ୟକତାକୁ ପୂରଣ କରିବା। ଏହାପରେ ଏବେ ଏହି ନୋଟ୍କୁ ପ୍ରଚଳନରୁ ବାହର କରିବାର ନିଷ୍ପତ୍ତି ନିଆଯାଇଛି। ତେବେ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ରହିବ ଓ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଏହା ବ୍ୟାଙ୍କରେ ସହଜରେ ଜମା ଓ ବଦଳ କରିହେବ।
ଶକ୍ତିକାନ୍ତ ଦାସ କହିଛନ୍ତି, ନୋଟ୍ ବଦଳାଇବାକୁ ଆପଣଙ୍କ ପାଖରେ ବହୁତ ସମୟ ଅଛି। ସେଥିପାଇଁ ଏହା ଜରୁରୀ ଯେ ଆପଣମାନେ ନୋଟ୍ ବଦଳାଇବାରେ କୌଣସି ପ୍ରକାରର ଆତଙ୍କ ସୃଷ୍ଟି କରନ୍ତୁ ନାହିଁ। ଯଦି କୌଣସି ଅସୁବିଧା ଅଛି, ତେବେ ଆରବିଆଇ ତାହା ଶୁଣିବ। ପୁରୁଣା ନୋଟ୍ ବଦଳାଇବା ଉପରେ ଲଗାଯାଇଥିବା କଟକଣା ହେତୁ ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ତାହା ଉପରେ ଧ୍ୟାନ ଦିଆଯାଇଛି।