ସୁଧମୂଳ ସହ ଫେରିଲା ମହାପ୍ରଭୁଙ୍କ ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା। ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି ।

ସୂଚନାଯୋଗ୍ୟ, ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଫେରିଥିବା ଏହି ସମସ୍ତ ଟଙ୍କା ପୁରୀ ଏସବିଆଇ ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଛି। ଏହି ଟଙ୍କାକୁ ଆଗାମୀ ଦିନରେ କେଉଁଠି ରଖାଯିବ, ସେନେଇ ମଧ୍ୟ ଆଜି ପରିଚାଳନା କମିଟି ସଦସ୍ୟ ଓ ବ୍ୟାଙ୍କ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏଥିରେ ବ୍ୟାଙ୍କ ଅଫ୍ ବରୋଦା ସର୍ବାଧିକ ୬.୦୫ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟଙ୍କା ଜମା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।

Leave A Reply

Your email address will not be published.