ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବ ନୂତନ ଭିସେରା ରପୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଆଜି ସେ ରହସ୍ୟ ଉପରୁ ପରଦା ଉଠିବ। ସୁଶାନ୍ତ ସିଂ ରାଜପୁତଙ୍କ ନୂତନ ଭିସେରା ରିପୋର୍ଟ ଆସିବ। ରିପୋର୍ଟ ପାଇବା ପରେ,ଏମ୍ସର ଡାକ୍ତରୀ ପ୍ୟାନେଲ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଉପରେ ଏକ ଅନ୍ତିମ ବୈଠକ କରିବେ। ଏହି ସଭାରେ ସୁଶାନ୍ତଙ୍କ ଭିସେରା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଆଲୋଚନା ହେବ।
ଭିସେରା ରିପୋର୍ଟରେ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ ତାହା ସାମ୍ନାକୁ ଆସିବ। ଏହାପୂର୍ବରୁ କଲିନା ଫରେନସିକ୍ ସୁଶାନ୍ତଙ୍କ ଭିସେରା ରିପୋର୍ଟରେ ତାଙ୍କ ଶରୀରରେ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ନଥିବା ସ୍ପଷ୍ଟ କରିଥିଲା। ତେବେ ଆଜି ନୂଆ ଭିସେରା ରିପୋର୍ଟ ସୁଶାନ୍ତଙ୍କ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଥିଲା କି ନାହିଁ ତାହା ପ୍ରକାଶ କରିବ। ଭିସେରା ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ସମୟ ମଧ୍ୟ ଦେବ। ଏନସିବି, ଇଡି, ସିବିଆଇ ସୁଶାନ୍ତ ମାମଲାର ତଦନ୍ତ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ତିନିଜଣଙ୍କ ଅନୁସନ୍ଧାନରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ଏଭଳି ପରିସ୍ଥିତିରେ ଭିସେରା ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।

Sikhsya
Barta

Leave A Reply

Your email address will not be published.