ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀର ଜୀବନ ଗଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଇକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡି ପ୍ରାଣ ହରାଇଲେ ଉଭୟ ଭାଇ ଓ ଭଉଣୀ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ଭାଇ ଓ ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସାନ ଭାଇର ଗୋଡ଼ ଖସି ଯାଇଥିଲା। ଭାଇକୁ ବୁଡ଼ି ଯିବାର ଦେଖି ତାକୁ ଉଦ୍ଧାର କରିବା ପାଇଁ ବଡ଼ ଭଉଣୀ ନଦୀକୁ ଡେଇଁ ପଡ଼ିଥିଲା। ମାତ୍ର ନଦୀରୁ ବାହାରି ନପାରି ଉଭୟ ପ୍ରାଣ ହରାଇଥିଲେ। ଗୁରୁବାର ସକାଳୁ ରାଇରଙ୍ଗପୁରର ହୀନା ଗୁଜରାତି (୨୮) ଓ ତାଙ୍କ ସାନ ଭାଇ ନାନୁ (୧୦) ନିକଟସ୍ଥ ଖଡ଼ଖାଈ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ନାନୁ ନଦୀରେ ବୁଡ଼ି ଯାଇଥିଲେ। ଭାଇକୁ ନଦୀରେ ବୁଡ଼ି ଯାଉଥିବା ଦେଖି ହୀନା ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ନଦୀରୁ ଆଉ ବାହାରି ନପାରି ଭାଇ,ଭଉଣୀ ପାଣିରେ ବୁଡ଼ି ଯାଇଥିଲେ। ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବରପାଇ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାର ପ୍ରାୟ ୧ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Sikshaya
Leave A Reply

Your email address will not be published.