ଡାଲି ରେ ବିଷ ମିଶାଇ ଭାଇ ମୃତ୍ୟୁ ର ପ୍ରତିଶୋଧ ନେଲା ଭଉଣୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଛାତ୍ରୀ ତା’ ଭାଇ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ଦେଓରିଆରେ ଘଟିଛି। କିଛି ଦିନ ପୂର୍ବେ ଅଭିଯୁକ୍ତ ଛାତ୍ରୀର ଭାଇଙ୍କର ବିଦ୍ୟାଳୟରେ ମୃତ୍ୟୁ ଘଟିଥିଲା। ବିଦ୍ୟାଳୟର ଜଣେ ଛାତ୍ର ତାଙ୍କୁ ଇଟାରେ ଛେଚି ହତ୍ୟା କରିଥିଲେ। ଏବେ ଉକ୍ତ ଛାତ୍ର ଜଣଙ୍କ ବାଳସୁଧାର ଗୃହରେ ଅଛି।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଦେଓରିଆ ଅଞ୍ଚଳର ବନକଟା ଥାନା ଅନ୍ତର୍ଗତ ପରିଷଦୀୟ ଜୁନିୟର୍‌ ହାଇସ୍କୁଲ୍‌ର ଜଣେ ୭ମ ଶ୍ରେଣୀ ଛାତ୍ରୀ ରୋଷେଇ ଘରେ ପଶି ଡାଲି ବାଲ୍‌ଟିରେ କିଛି ମିଶାଇ ଦେଇଥିଲେ। ରୋଷେୟା ରାଧିକା ଏହାକୁ ଦେଖି ଦେଇଥିଲେ ଓ ଏନେଇ ପ୍ରଧାନଶିକ୍ଷକଙ୍କୁ କହିଲାପରେ ରୋଷେଇ ଘରେ ତାଲା ପକାଇ ଦିଆଯାଇଥିଲା।

ପରିଷଦୀୟ ଜୁନିୟର୍‌ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବନକଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଏକ ଟିମ୍‌ ଧରି ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଖାଦ୍ୟ ଯାଞ୍ଚ କରାଯିବାପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅଜିତ ତିୱାରୀ କହିଛନ୍ତି, “ଡାଲିରେ କିଛି ବିଷାକ୍ତ ପଦାର୍ଥ ମିଶା ଯାଇଛି। କାରଣ ଡାଲିର ରଙ୍ଗ ବଦଳି ଯାଇଛି ଓ ଏଥିରୁ କୀଟନାଶକ ଗନ୍ଧ ଆସୁଛି। ଯାଞ୍ଚ ପାଇଁ ଡାଲିର ନମୂନା ଝାନ୍‌ସୀ ର ଲ୍ୟାବ୍‌କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଜଣାପଡ଼ିବ, କେଉଁ ପ୍ରକାର ବିଷ ଏଥିରେ ମିଶା ଯାଇଛି।”

ରୋଷେୟାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଏକ ମାମଲା ରୁଜ କରିବା ସହ ଛାତ୍ରୀ ଓ ତାଙ୍କ ମାଆଙ୍କୁ ଗିରଫ କରିଛି। ଅପରପକ୍ଷରେ ଏପରି ଅଭିଯୋଗକୁ ଛାତ୍ରୀଙ୍କ ମାଆ ଖଣ୍ଡନ କରିକହିଛନ୍ତି ଜାଣିଶୁଣି ମୋ ଝିଅକୁ ଫସା ଯାଉଛି ।

Leave A Reply

Your email address will not be published.