ଶିଶୁପାଳଗଡ଼ ଓ ନୂଆଗାଁ ମଧ୍ୟରେ ୩ଘଣ୍ଟା ଚାଲିଲା ଖଣ୍ଡଯୁଦ୍ଧ।

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ) : ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ-ଶିଶୁପାଳଗଡ଼ ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଛି। ଏଥିରେ ୧୧ ଜଣ ରୁ ଉର୍ଦ୍ଧ ଆହତ ଓ ୫ ଜଣ ଗୁରୁତର ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡାଇବାରୁ ପୋଲିସ ଉପରକୁ ଢେଲାମାଡ଼ କରିଥିଲେ। ଫଳରେ ପୋଲିସ ଲାଠିଚାର୍ଜ କରିବାସହ ୧୫ ଜଣଙ୍କୁ ଗିରଫ କରିଛି । ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ କମେଣ୍ଟ ମରାକୁ ନେଇ ଉଭୟ ଗାଁ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଆଜି ସନ୍ଧ୍ୟା ରେ ଶିଶୁପାଳଗଡ଼ ର ଜଣେ ଯୁବକକୁ ନୂଆଗାଁର କିଛି ପିଲା ଗଂୟଙ୍ଗୁଆ ବ୍ରିଜ ପାଖରେ ଗାଳିଗୁଲଜସହ ମାଡ଼ ମାରିଥିଲେ। ମାଡ ଖାଇଥିବା ଯୁବକ ଗାଁ ରେ କହିବା ପରେ ଶିଶୁପାଳଗଡ଼ ର କିଛି ଗୋଷ୍ଠି ଠେଙ୍ଗା ଓ ମାରଣାସ୍ତ୍ର ଧରିଆସି ସାମନ୍ତରାପୁର ରେ ଥିବା ନୂଆଗାଁ ର ଏକ କ୍ଲବ ଉପରେ ଆକ୍ରମଣ କରି କ୍ଲବ କୁ ଭଙ୍ଗାରୁଜା କରିଥିଲେ। ପାଲଟା ଜବାବରେ ନୂଆଗାଁ ର କିଛି ଗୋଷ୍ଠି ଏକତ୍ର ହୋଇ ଆସିଥିଲେ । ଶିଶୁପାଳଗଡ଼ ଓ ନୂଆଗାଁ ମାଧ୍ୟରେ ସାଢେ ୩ ଘଣ୍ଟା ଖଣ୍ଡଯୁଧ୍ୟ ଚାଲିଥିଲା ।

Leave A Reply

Your email address will not be published.