ଏସଆଇଟି ହାତରେ ଆଉ ଏକ ପ୍ରମାଣ, ଅଭିଯୁକ୍ତ ଘରୁ ମିଳିଲା ରକ୍ତ ଭିଜା ଗାମୁଛା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ବିରୋଧରେ ଏସଆଇଟି ହାତରେ ଲାଗିଛି ଆଉ ଏକ ବଳିଷ୍ଠ ପ୍ରମାଣ। ଆଜି ଅଭିଯୁକ୍ତ ସରୋଜ ସେଠୀଙ୍କ ଘରୁ ରକ୍ତ ଭିଜା ଗାମୁଛା ମିଳିଥିବା ଏସଆଇଟି ସୂଚନା ଦେଇଛି।
ସୂଚନା ଅନୁଯାୟୀ, ପରୀର ତଣ୍ଟି ଚିପି ହତ୍ୟା କଲାବେଳେ ତା’ ନାକରୁ ରକ୍ତ ବାହାରିଥିଲା। ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଆଜି ଅଭିଯୁକ୍ତର ଘରୁ ଉକ୍ତ ଗାମୁଛାକୁ ଏସଆଇଟି ଜବତ କରିଛି। ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା ଏସଆଇଟି କହିଛି। ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟାରୀ ପଠାଇବ ବୋଲି ଏସଆଇଟି କହିଛି। ଗତକାଲି ପରୀ ଘର ପଛପଟେ ଥିବା ପୋଖରୀରୁ ଲେଗିଙ୍ଗସି ମିଳିଥିଲା।

Leave A Reply

Your email address will not be published.