ବର୍ଷା ରେ ଭାସି ଗଲା ସ୍ମାର୍ଟସିଟି ର ସ୍ମାର୍ଟନେସ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରୁ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର ଓ କଟକ ର ଅନେକ ସ୍ଥାନରେ ଅସ୍ଥାୟୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଓ କଟକ ର ସମସ୍ତ ସ୍କୁଲ୍‌କୁ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ଏସଆରସି ବିଷ୍ଣୁପଦ ସେଠୀ ଆଜି ଛୁଟି ଘୋଷଣା କରିଛନ୍ତି।

କିଛିଦିନ ତଳେ ୨ ଘଣ୍ଟା ର ବର୍ଷରେ ରାଜଧାନୀର ଲୋକଙ୍କ ହାଲ ବେହାଲ ହୋଇଯାଇଥିଲା । ଏପରିକି ଇସ୍କନ ମନ୍ଦିର ସମ୍ମୁଖରେ ଏକ ଯାତ୍ରୀବାହୀ ବସ ଫସି ରହିଥିଲା । ପରିସ୍ଥିତି ଏପରି ହୋଇଥିଲା କି ବାସ ରେ ଥିବା ଯତ୍ରୀଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍ଟ ଟିମ ଓ ପୋଲିସ ର ସାହାଯ୍ୟ ନେବାକୁ ପଡିଥିଲା । ତେବେ ଗତକାଲି ଠାରୁ ବନ୍ଦ ହୋଇନଥିବା ବର୍ଷା ରେ ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକ ର ହାଲଚାଲ ଆପଣ ଚିନ୍ତା କରି ପାରୁଥିବେ। ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ବୋହୁଛି । ଏହାକୁ ଦେଖିଲେ ନଈ ବଢି ର ଭ୍ରମ ସୃଷ୍ଟି ହେଉଛି। ସେଠାରେ ଥିବା ଲୋକ ମାନେ କାଲି ରାତି ଠାରୁ କିଛି ଖାଇ ନାହାନ୍ତି । ସେମାନେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି, କେଉଁ ଘରେ ସିଲିଣ୍ଡର ଭାସୁଛି ତ କେଉଁଠି ବସନକୁସନ ଭାସୁଛି। ପାଣି ଘେରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ଟ ଟିମ କୁ ନିଓଜିତ କରାଯାଇଛି।

ସେହିପରି କଟକ ଜିଲ୍ଲାର ସୂତାହାଟ, ପଟାପୋଲ, ରାଣୀହାଟ ଓ ଖଟବିନ୍ ସାହି ଇତ୍ୟାଦି ଅଞ୍ଚଳ ଜଳମଗ୍ନ ହୋଇପଡିବା ସହ ଜିଲ୍ଲାପାଳ ଙ୍କ ଅଫିସ ରେ ମଧ୍ୟ ପାଣି ପସିଯାଇଛି। ଜିଲ୍ଲାପାଳଙ୍କ ଅଫିସରେ ପାଣି ପଶି ଯିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ନଷ୍ଟ ହୋଇଯାଇଛି ।ପାଣିଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସକାଳ ସୁଦ୍ଧା କଟକରେ ୧୯୫ ମି.ମି. ବର୍ଷା ହୋଇଛି। ବର୍ଷାରେ ଅଧକାଂଶ ପାଣି ପମ୍ପ୍ ଅଚଳ ହୋଇଯାଇଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିଛି ।

Sikshaya
Leave A Reply

Your email address will not be published.