ସ୍ମାର୍ଟ ସିଟି ହେବ ୱାଇ ଫାଇ ସହର, ଲାଗିବ ୫୦୦ରୁ ଅଧିକ ୱାଇ ଫାଇ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଳ୍ପ କିଛି ଦିନ ମଧ୍ୟରେ ଭୁବନେଶ୍ଵର ହେବ ସମ୍ପୂର୍ଣ୍ଣ ଓ୍ବାଇ-ଫାଇ ସହର । ସହରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଓ୍ବାଇ-ଫାଇ ହଟ୍‌ସ୍ପଟ ଲଗାଯିବା ସହ ଲୋକଙ୍କୁ ମାଗଣାରେ ଡାଟା ଯୋଗାଇ ଦିଆଯିବ । ‘ଭୁବନେଶ୍ୱର ମି’ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ । ଖୁବଶୀଘ୍ର ଏହାକୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗାଶଙ୍କର ମିଶ୍ର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର ନିଜ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି, ସ୍ମାର୍ଟସିଟି ଭୁବନେଶ୍ୱର ଖୁବଶୀଘ୍ର ମାଗଣା ୱାଇଫାଇ ସେବା ଆରମ୍ଭ ହେବ । ସ୍ମାର୍ଟସିଟିର ମୁଖ୍ୟ ରାସ୍ତାଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଫ୍ରି ୱାଇଫାଇ ସେବା ମିଳିବ । ଏହାଦ୍ୱାରା ଭୁବନେଶ୍ୱରବାସୀ ଡିଜିଟାଲରେ ଯୋଡ଼ି ହୋଇପାରିବେ । ଆଗାମୀ ଦିନରେ ଆଉ ଇଣ୍ଟରନେଟ ସେବା ଲାଗି ହଇରାଣ ହେବାକୁ ପଡିବନି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୮ ନଭେମ୍ବର ୫ତାରିଖରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୦ଟି ହଟ୍‌ସ୍ପଟର ଉଦ୍‌ଘାଟନ କରାଯାଇଥିବା ବେଳେ ୨୭୫ଟି ଆକ୍ସେସ୍‌ ପଏଣ୍ଟରେ ଏହା କାର୍ଯ୍ୟ କରୁଥିଲା । ଆଗାମୀ ଦିନରେ ଏହି ହଟସ୍ପଟ ସଂଖ୍ୟା ୫୧୮ ଓ ଆକ୍ସେସ ପଏଣ୍ଟ ସଂଖ୍ୟା ୧୮ଶହରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବଙ୍କ ଟୁଇଟ ପରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ଓ୍ବାଇ-ଫାଇ ସହର ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.