ତେବେ କ’ଣ ସତରେ ଏହି କାରଣରୁ ଜନ୍ମ ହୁଅନ୍ତି କିନ୍ନର ଶିଶୁ ? ଆସନ୍ତୁ ଜାଣିବା ଏହାର ସତ୍ୟତା

ପୁରାଣରେ କୁହାଯାଇଛି ଯେ, ମନୁଷ୍ୟ ଜନ୍ମ ଏକ ଦୁର୍ଲଭ ଜନ୍ମ। ଏହା ସମସ୍ତଙ୍କୁ ବାରମ୍ବାର ମିଳିନଥାଏ। ଆଉ ଯଦି ଆମେ ସୁସ୍ଥ ଓ ସୁଢଳ ଶରୀର ପାଇନଥାଉ ତେବେ, ଏହାକୁ ଆମର କଳଙ୍କିତ ସମାଜ ଅଭିଶପ୍ତ ଜୀବନ ବୋଲି ବ୍ୟାଖ୍ୟା କରି ସମାଲୋଚନା କରିଥାଏ। ସେହିଭଳି ମନୁଷ୍ୟର ଆଉ ଏକ ଜନ୍ମ ହେଉଛି କିନ୍ନର ଜନ୍ମ। ରାସ୍ତାରେ ଆତଯାତ ହେଉଥିବା ବେଳେ କେବେ କେମିତି ନଜରରେ ପଡିଯାଆନ୍ତି କିନ୍ନର। ଅଜବ ବେଷଭୂଷା ସାଙ୍ଗକୁ ସେମାନଙ୍କ କଥାବାର୍ତ୍ତା, ଚାଲିଚଳନ ଶୈଳି ମଧ୍ୟ ଭିନ୍ନ। ତେବେ କେଉଁ କାରଣରୁ ଏଭଳି ମଣିଷ ଜନ୍ମ ନିଅନ୍ତି, ସେ ନେଇ ଖୁବ୍ କ୍ବଚିତ ଜାଣନ୍ତି। ତେବେ ଧର୍ମ ଓ ଜ୍ୟୋତିଷ ସହ ସଂଯୁକ୍ତ କରି ଭିନ୍ନ ଭିନ୍ନ କଥା କୁହାଯାଉଥିଲେ ମଧ୍ୟ ଏ କଥା ନିଶ୍ଚିତ ଯେ କିନ୍ନର ତିଆରି ହୁଅନ୍ତିନି। ସେମାନେ ମା ପେଟରୁ ହିଁ ଜନ୍ମ ନିଅନ୍ତି। ତେବେ କଣ ପାଇଁ ଏଭଳି ବିପରିତ ମଣିଷଙ୍କ ଜନ୍ମ ହୁଏ ଆସନ୍ତୁ ଜାଣିବା।
ମେଡିକାଲ ସାଇନ୍ସ ଅନୁସାରେ ମହିଳା ଗର୍ଭବତୀ ହେଲେ ୩ ମାସରେ ଭୃଣର ବିକାଶ ହୁଏ। ଏହି ସମୟରେ ମହିଳାଙ୍କ ସ୍ବାସ୍ଥ୍ୟର ଉଚିତ ଯତ୍ନ ନିଆଯିବା ଜରୁରି। ଯଦି ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆ ନଯାଏ ତେବେ ଶିଶୁ କିନ୍ନର ଜନ୍ମ ହେବାର ଆଶଙ୍କା ବଢିଯାଏ। ଏଣୁ ଗର୍ଭାବସ୍ଥାର ପ୍ରାଥମିକ ପର୍ଯ୍ୟାୟରେ ମାର ସ୍ବାସ୍ଥ୍ୟର ଯତ୍ନ ଉପରେ ପ୍ରତ୍ୟେକ ସମାଜରେ ଗୁରୁତ୍ବ ଦିଆଯାଏ। ସେହିପରି ମା ଗର୍ଭରେ ୩ ମାସ ପରେ ଶିଶୁଭୃଣର ଦ୍ରୁତ ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଏହି ସମୟରେ ମା ଯଦି କୌଣସି ଗୁରୁତର ରୋଗରେ ପଡନ୍ତି ତେବେ ଗର୍ଭସ୍ଥ ଶିଶୁ ପାଇଁ ହର୍ମୋନ ସମସ୍ୟା ସୃଷ୍ଟି ହୁଏ। ଅସନ୍ତୁଳିତ ଶାରୀରିକ ହର୍ମୋନ ଯୋଗୁ ମଧ୍ୟ କିନ୍ନର ଶିଶୁ ଜନ୍ମ ହେବାର ଆଶଙ୍କା ଥାଏ।
ସେହିପରି ଯଦି ଗର୍ଭବତୀ ମହିଳା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ଏହି ସମ୍ଭାବନା ଅଧିକ ହୋଇଥାଏ। ମହିଳା ଗର୍ଭବତୀ ହେଲେ ଓ ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭନିରୋଧକ ଔଷଧ ସେବନ କଲେ ସନ୍ତାନ କିନ୍ନର ହେବାର ମଧ୍ୟ ସମ୍ଭାବନା ରହେ। ଏହିଭଳି କିଛି କାରଣ ଯଦି ମାକୁ ପ୍ରଭାବିତ କରେ ତାର ପ୍ରଭାବ ଗର୍ଭସ୍ତ ଶିଶୁ ଉପରେ ମଧ୍ୟ ରହେ। ଏଣୁ ଶିଶୁ କିନ୍ନର ଜନ୍ମ ହୋଇଥାନ୍ତି। ଏଣୁ ଗର୍ଭଧାରଣ ବେଳେ ମା ମାନଙ୍କୁ ସେମାନଙ୍କର ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରି। ଏଥିରେ ପୁରା ପରିବାର ଗର୍ଭବତୀ ମହିଳାଙ୍କ ପ୍ରତି ଧ୍ୟାନ ଦେବା ଦରକାର। ଗର୍ଭାବସ୍ଥାରେ ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ, ପାନୀୟ ଓ ଉପଯୁକ୍ତ ବ୍ୟାୟାମ କରାଯାଏ ତେବେ ମା ସହ ଶିଶୁର ସ୍ବାସ୍ଥ୍ୟ ମଧ୍ୟ ଉତ୍ତମ ହେବା ସହ ଏଭଳି ବିକାରଗ୍ରସ୍ତ ଶିଶୁ ଜନ୍ମ ନିୟନ୍ତ୍ରିତ କରାଯାଇପାରିବ।