ଭୋକ ବିକଳରେ ମଲା କୁକୁର ଖାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ ଡାଉନ ପାଇଁ ଗରିବ,ଦିନ ମଜୁରିଆ ଅନେକ ସ୍ଥାନରେ ଭୋକ ଉପାସରେ ଛଟପଟ ହେଉଛନ୍ତି। ଏହି ସମୟରେ ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି । ଯାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ ହୋଇଛି ।

ସୂଚନା ଅନୁଯାୟୀ, ଏହି ଦୃଶ୍ୟଟି ହେଉଛି ରାଜସ୍ଥାନର । ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା ମଲା କୁକୁରକୁ ବସି ଖାଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଜନମାନସକୁ ବେଶ୍‌ ଆଘାତ ଦେଇଛି। ରାଜସ୍ଥାନର ଜୟପୁର ସହର ଦେଇ ଯାଇଥିବା ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଜଣେ ବ୍ୟକ୍ତି ବସି ରାସ୍ତାରେ ପଡ଼ିଥିବା ଏକ ମଲା କୁକୁରକୁ ଖାଉଥିଲେ । ଏହା ଦେଖି ସେହିବାଟେ ଯାଉଥିବା ଜଣେ କାର୍‌ ଚାଳକ ତାଙ୍କୁ ବାରଣ କରିଥିଲେ । କିନ୍ତୁ ଅସହାୟ ପ୍ରବାସୀ ଜଣକ ୧୦ ଦିନ ହେଲା କିଛି ଖାଇ ନଥିବାରୁ ବାଧ୍ୟ ହୋଇ ତା’କୁ ଖାଉଥିବା କହିଥିଲେ । ତେବେ କାର୍‌ ଚାଳକ ଜଣକ ସମ୍ପୃକ୍ତ ପ୍ରବାସୀଙ୍କୁ କିଛି ଖାଦ୍ୟ ପ୍ୟାକେଟ ଦେଇଥିଲେ । ଉକ୍ତ ବ୍ୟକ୍ତି ଜଣକ ମାନସିକ ବିକୃତ କି ନାହିଁ ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.