ପୂଜା କରିବା ସମୟରେ ମିଳୁଛି ଏଭଳି କିଛି ସଂକେତ, ଜାଣନ୍ତୁ ଆଗକୁ ଆସୁଛି ଶୁଭ ସମୟ

0

ଦୁନିଆରେ ଭଗବାନଙ୍କ ଠାରୁ କେହି ବଡ ନାହାଁନ୍ତି। ଆମ ଭାରତ ବିଭିନ୍ନ ଧର୍ମାବଲମ୍ବୀ ଲୋକ ବାସ କରନ୍ତି। ହିନ୍ଦୁ ଧର୍ମରେ ଭଗବାନଙ୍କୁ ପୂଜା ପ୍ରକାରରେ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କର ପୂଜା କରିବାକୁ ବହୁତ ମହତ୍ତ୍ଵ ଦିଆଯାଇଛି। ପ୍ରତ୍ୟେକ ବ୍ୟକ୍ତି ଦିନରେ ଗୋଟିଏ ଥର ଭଗବାନଙ୍କର ପୂଜା ଅବଶ୍ୟ କରିଥାଏ। ଏମିତି ମାନନ୍ତି କି ଭଗବାନଙ୍କର ପୂଜା କରିବା ଦ୍ଵାରା କୃପା ମିଳିଥାଏ ଓ ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ। ପୂଜା କରିବା ଦ୍ଵାରା ବ୍ୟକ୍ତିର ମନକୁ ଶାନ୍ତି ମଧ୍ୟ ମିଳିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କି ପୂଜା କରିବା ସମୟରେ ଭଗବାନ ଆପଣଙ୍କୁ ତାଙ୍କର ଦିବ୍ୟ ଶକ୍ତି ଦ୍ଵାରା କିଛି ସଙ୍କେତ ଦେଇଥାନ୍ତି।

ଯେତେବେଳେ ବ୍ୟକ୍ତି ପୂଜା କରିଥାଏ ଏକ ବିଶେଷ ପ୍ରକାରର ଶକ୍ତି ବ୍ୟକ୍ତିର ଚାରି ପାଖରେ ବୁଲୁଥାଏ। ଏହି କଥାର ପ୍ରମାଣ ବିଜ୍ଞାନରେ ମଧ୍ୟ କରାଯାଇଛି। ଏହି ଶକ୍ତି ଦ୍ଵାରା ଆମେ ଭଗବାନଙ୍କ ସହିତ ଯୋଡି ହୋଇ ରହିଥାଉ କିନ୍ତୁ ଏମିତି ସେତିକିବେଳେ ହୋଇଥାଏ ଯେତେବେଳେ ବ୍ୟକ୍ତି ନିଜ ହୃଦୟରୁ ଶ୍ରଦ୍ଧାର ସହିତ ପୂଜା କରିଥାଏ। ଏହି ଦିବ୍ୟ ଶକ୍ତିଙ୍କ ବିଷୟରେ ଜଣାଇବାକୁ ଯାଉଛୁ କି ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଅଛି କି ନାହିଁ। ଭଗବାନଙ୍କର ପୂଜା କରିବା ସମୟରେ ଆମକୁ ଏକ ବିଶେଷ ସଙ୍କେତ ମିଳିଥାଏ ଆସନ୍ତୁ ଜାଣିବା-

-ଯେତେବେଳେ ଆପଣ ଭଗବାନଙ୍କର ପୂଜା କରନ୍ତି ପୂଜା କରୁଥିବା ସମୟରେ ଜଳାଇଥିବା ଦୀପ ଶିଖା ଅଧିକ ପ୍ରଜ୍ଵଳିତ ହୋଇଯିବା ବା ଉପରକୁ ଉଠିଯିବାର ମାନେ ଭଗବାନ ଆପଣଙ୍କର ପ୍ରାର୍ଥନା ଶୁଣୁଛନ୍ତି। ଯେତେବେଳେ ଆପଣ ପୂଜା କରୁଥାନ୍ତି ସେହି ସମୟରେ ଆପଣଙ୍କ ଘରେ କେହି ଏମିତି ବ୍ୟକ୍ତି ଆସିଥାନ୍ତି ଯିଏ ଆପଣଙ୍କ ପାଇଁ କୌଣସି ଉପହାର ବା କୌଣସି ଜିନିଷ ଆଣିଥାନ୍ତି ତେବେ ଆପଣ ବୁଝିଯିବେ ଏହା ଭଗବାନଙ୍କର କୃପା।

-ଯେତେବେଳେ ଆପଣ ଭଗବାନଙ୍କର ମୂର୍ତ୍ତିରେ ଫୁଲ ଦିଅନ୍ତି ଓ ଚଢାଇଥିବା ଫୁଲ ପୂଜା କରିବା ସମୟରେ ଆପଣଙ୍କ ଉପରେ ପଡିଥାଏ ତେବେ ଏହାର ଅର୍ଥ ଭଗବାନ ଆପଣଙ୍କର ସମସ୍ତ ମନୋକାମନା ଅବଶ୍ୟ ପୁରା କରିବେ। ଏମିତି ଲୋକ ମାନନ୍ତି କି ଭଗବାନ ଏହି ଦୁନିଆରେ ସବୁ ସ୍ଥାନରେ ଅଛନ୍ତି କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯିଏ ତାଙ୍କୁ ଦେଖିପାରନ୍ତି। ଯଦି ଘରେ ଆଳତି ସମୟରେ ଆପଣଙ୍କୁ ଘଣ୍ଟିର ଶବ୍ଦ ଶୁଣିବାକୁ ମିଳିଥାଏ ବା କୌଣସି ବନ୍ଧୁ ବ୍ରାହ୍ମଣ ବା ଭିକାରି ଆସିଥାନ୍ତି ତେବେ ଏହାକୁ ଭଗବାନଙ୍କର ସଙ୍କେତ ମାନନ୍ତି। କେବେ ବି ଏମିତି ଲୋକଙ୍କୁ ଖାଲି ହାତରେ ଯିବାକୁ ଦେବା କଥା ନୁହେଁ।

SOA post below
Leave a comment