ଶିଶୁଙ୍କ ପୋଷଣ ବୃଦ୍ଧି ପାଇଁ ସରଳ ଉପାୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିଶୁଠାରେ ଦେଖାଦେଇଥିବା ପୃଷ୍ଟିହୀନତା ବା ଅପପୃଷ୍ଟି ଏକ ସାଧାରଣ ଘଟଣା । ଏହାର ସମାଧାନ ପାଇଁ ରାଜ୍ୟ ସରକାର ଓ ୟୁନିସେଫ ପକ୍ଷରୁ ଏକ ମିଡ଼ିଆ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବଜାତ ଶିଶୁ ଓ ୬ ମାସରୁ ଉର୍ଦ୍ଧ ଶିଶୁଙ୍କ ଠାରେ ଦେଖାଯାଉଥିବା କୁପୋଷଣ ଜନିତ ସମସ୍ୟା ଉପରେ ନ୍ୟୁଟ୍ରେସନ ସ୍ପେସାଲିଷ୍ଟ ମନେ ଯୋଗଦାନ କରିଥିଲେ । ନ୍ୟୁଟ୍ରେସନ ସ୍ପେସାଲିଷ୍ଟ ମନେ ନବଜାତ ଶିଶୁକୁ ତୁରନ୍ତ ମା’ କ୍ଷୀର ପିଆଇବା ଓ ବାରମ୍ବାର ସ୍ତନ୍ୟପାନ କରାଇବା ସହ ପରିପୁରକ ଆହାର ପ୍ରଦାନ ଦ୍ୱାରା ଶିଶୁ ନିରୋଗ ଓ ସୁସ୍ଥ ରହିବା ସହିତ କୁପୋଷଣ ଠାରୁ ଦୂରରେ ରହିଥାଏ ।

ବୈଠକରେ ୟୁନିସେଫ ଓଡ଼ିଶା ଶାଖାର ନ୍ୟୁଟ୍ରେସନ ସ୍ପେସାଲିଷ୍ଟ ସୌରଭ ଭଟାଚାର୍ଯ୍ୟ ଯୋଗଦେଇ କହିଛନ୍ତି, ବିଗତ କିଛିବର୍ଷ ମଧ୍ୟରେ ଓଡିଶାରେ ୫ ବର୍ଷରୁ କମ ଶିଶୁଙ୍କ ମୃତ୍ୟୁ ହାର ରୋକିବା ଏବଂ କୁପୋଷଣ ରୋକିବା ଦେଶ ତୁଳନାରେ ଉନ୍ନତ ସ୍ଥିତିରେ ରହିଥିଲେ ସୁଦ୍ଧା ଏହା ଉପରେ ଅଧିକରୁ ଅଧିକ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରିଚାଳନା ନିର୍ଦେଶକ ଡ଼ଃ ଲିଙ୍ଗରାଜ ମିଶ୍ର କହିଥିଲେ, ଶିଶୁର ୬ମାସ ପୁରିବା ପରେ ଏହାର ଶାରୀରିକ ଅବିବୃଦ୍ଧି ଘଟିବା ଫଳରେ ଶିଶୁକୁ ପୋଷକର ଆବଶ୍ୟକତା ହୋଇଥାଏ ।

୬ ମାସରୁ ୮ ମାସ ମଧ୍ୟରେ ମାତ୍ର ୫୦ ପ୍ରତିଶତ ଶିଶୁମାନେ ପରିପୁରକ ଆହାର ପାଇଥାନ୍ତି । ଏନ.ଏଫ.ଏଚ.ଏସ-୪ ତଥ୍ୟାନୁଯାଇ ଓଡ଼ିଶାରେ ମାତ୍ର ୪୨ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୫୫ ପ୍ରତିଶତ । ବିଶ୍ୱସ୍ତରୀୟ ତଥ୍ୟ ଅନୁଯାୟୀ ସ୍ତନ୍ୟପାନ କରୁନଥିବା ଶିଶୁମାନଙ୍କ ତୁଳନାରେ ପ୍ରଥମ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରୁଥିବା ଶିଶୁଙ୍କର ଜୀବନ ଧାରଣ କ୍ଷମତା ୧୪ ଗୁଣ ଅଧିକ ହୋଇଥାଏ ।

Leave A Reply

Your email address will not be published.